Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମୋହନା ବନ ବିଭାଗ ଦ୍ୱାରା ୧୪ ଖଣ୍ଡ ଶାଳ କାଠ ଗଣ୍ଡି ଜବତ...

ମୋହନା ବନ ବିଭାଗ ଦ୍ୱାରା ୧୪ ଖଣ୍ଡ ଶାଳ କାଠ ଗଣ୍ଡି ଜବତ ହୋଇଛି

316
ADVERTISEMENT

ମୋହନା,୨୪।୧୧(ଡି.ଏଚ/ ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲି ବଳେ ଗଂଜାମ ଓ ଗଜପତି ସୀମା ଅଡ଼ବା ଥାନା ଅନ୍ତଗତ ଖାରିଚିଆ ଜଙ୍ଗଲ ପରିସରରୁ ୧୪ ଖଣ୍ଡ ଶାଳ କାଠ ଗଣ୍ଡି ଜବତ କରାଯାଇଛି । ଏ ନେଇ ମୋହନା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚଢ଼ାଉ ବେଳେ କାଠ ମାଫିଆ ମାନେ ଫେରାର ହୋଇ ଯାଇଥିଲେ । ଜବତ ଶାଳ କାଠ ଗାଣ୍ଡିର ମୂଲ ପାଖା ପାଖି ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଏହି ଚଢାଉରେ ମୋହନା ବନାଚଂଳ ଅଧିକାରୀ ମମତା ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

Advertisement