ପୁରୁଷୋତ୍ତମପୁର,୨୩।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୁଲିସକୁ ମିଳିଛି ଏକ ବଡ ସଫଳତା। ସ୍ଥାନୀୟ ଥାନା ଇଲାକାରେ ଦିନ ଦିପହରେ ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ କରି ପୁଲିସକୁ ନାକେଦମ କରୁଥିବା ଲୁଟେରା ଗ୍ୟାଙ୍ଗର ଏକ ସଦସ୍ୟ କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ସତ୍ୟବାନ ପାଳ ନାମକ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ପୁରୁଷୋତ୍ତମପୁର ବଡ ବଜାର ସ୍ଥିତ ଅନ୍ନପୂର୍ଣ୍ଣା ଜୁଏଲର୍ସ ଦୋକାନ ସାମାନାରେ ମଟର ସାଇକେଲ ରଖି ସୁନା କିଣିବା ପାଇଁ ଯାଇ ଥିଲେ।ଏହି ସମୟରେ କୌଣସି ଏକ ଦୁବୃତ୍ତ ବାଇକ ଡିକି ଭାଙ୍ଗି ପ୍ରାୟ ଦୁଇ ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲା।ଘଟଣାଟି ଘଟିଥିଲା ଗତବର୍ଷ ଡିସେମ୍ବର୧୪ତାରିଖରେ । ସେହି ଦିନଠାରୁ ପୁଲିସ ତଦନ୍ତ ଜାରି ରଖି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥଲା ।କୌଣସି ବିଶେଷ ସୂତ୍ରରୁ ପୁରୁଷୋତ୍ତମପୁର ଥାନା ଅଧିକାରୀ ସୂଚନା ପାଇ ପୁଣି ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଲୁଟେରା ଆହୁଲା ସନ୍ତୁକୁ ଗିରଫ କରାଯାଇଛି । ଲୁଟେରାର ଘର ଗଞ୍ଜାମ ଜିଲ୍ଲା ଆସ୍କା କଲେଜ ଛକ ଗୋଲାପଲ୍ଲିରେ ବୋଲି ଜଣାପଡିଛି। ଗତ ଶୁକ୍ରବାର ଦିନ ଲୁଟେରାକୁ ଗିରଫ କରିବା ସହ ତା ନିକଟରୁ ୨୫ହଜାର୩00ଟଙ୍କା, କିଛି ଅଳଙ୍କାର ,ଏକ ସ୍କୃ ଡ୍ରାଇଭର ,ଏକ ଚାବି ଜବତ କରାଯାଇଛି । ଥାନା କେସ ନମ୍ବର ୨୮୭/୧୮ ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
















