ସାନଖେମୁଣ୍ଡି,୨୩।୧୧(ଡି.ଏଚ/ପ୍ରଫୁଲ ସାବତ) : ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖା ଥିବାବେଳେ ସେହି ଶାଖା କୁ ନିଜ ଖାତା ଧରି ଟଙ୍କା ଉଠାଇବା ପାଇଁ ଯାଇଥିଲେ ବ୍ୟାଙ୍କରେ ଥିବା କ୍ୟାସିଅରଙ୍କୁ 30000 ହଜାର ଉଠାଇବା ପାଇଁ ଫାର୍ମ ସହ ଖାତା ଦେଇଥିବା ବେଳେ କ୍ୟାସିଅର 55000 ଟଙ୍କା ଦେଇଦେଇଥିଲେ ଅଭିମନ୍ୟୁଙ୍କୁ ଭୁଲ ବଶତଃ କ୍ୟାସିଅର ଟଙ୍କା ଦେବା ପରେ ଅଭି ସେଠାରୁ ଟଙ୍କାକୁ ନ ଗଣି ପାଟପୁର ଅଭିମୁଖେ ଚାଲିଯାଇଥିଲେ କୌଣସି ଆବଶ୍ୟକତା ଯୋଗୁଁ ଖାତାରୁ ଉଠାଇଥିବା ଟଙ୍କା ବାହାର କରିଥିଲେ ଆଉ ଗଣିଲା ବେଳକୁ 30000 ହଜାର ନୁହଁ 55000 । 25000 ଟଙ୍କା ଭୁଲରେ ଦେଇଦେଇଥଲେ କ୍ୟାସିଅରଙ୍କ ସହ ଯୋଗାଯୋଗ କରି 25000 ଟଙ୍କା ଫେରସ୍ତ କରି ମାନବିକତା ଦେଖାଇଛନ୍ତି ଅଭିମନ୍ୟୁ । ଅଭିମନ୍ୟୁ ଖଲିଙ୍ଗି ସରପଞ୍ଚଙ୍କ ଦିଅର । ଟଙ୍କା ଫେରସ୍ତ କରି ନିଜକୁ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଅଭିମନ୍ୟୁ ।
















