Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ୧୨୦ତମ ଜୟନ୍ତୀ ପାଳନ

ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ୧୨୦ତମ ଜୟନ୍ତୀ ପାଳନ

260
ADVERTISEMENT

ବ୍ରହ୍ମପୁର,୨୩।୧୧(ଡି.ଏଚ/ସୁଦାମ ମହାରଣା ) : ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ, ଓଡିଶା ରାଜ୍ୟ ଶୌଣ୍ଡିକ ସମାଜ, ମହତ୍ମା ହେଲ୍ପ କ୍ଲବ ମହାନ ସଙ୍ଘ ମିଳିତ ଆନୁକୂଲ୍ୟରେ ଟାଟାବେଞ୍ଜ ଛକସ୍ଥିତ ଶହୀଦ୍ ଲକ୍ଷ୍ମଣନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୧୨୦ତମ ଜୟନ୍ତୀ ପାଳନ ହୋଇଯାଇଛି। ପ୍ରଥମେ ଶହୀଦ୍ ଲକ୍ଷ୍ମଣନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଗ୍ରାମୀ ଲକ୍ଷ୍ମଣ ନାୟକ ବ୍ରିଟିଶ ସାମ୍ରାଜ୍ୟବାଦୀକୁ ବିରୋଧ କରିବା ସହ ଭାରତବର୍ଷରେ ଜାତିବାଦୀ,ସାମନ୍ତ ବାଦୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ ଜାରି ରଖିଥିଲେ । ଏଥିରେ ଅବନୀ କୁମାର ଗୟା, ଶ୍ୟାମ ସୁନ୍ଦର ଖାଡାଙ୍ଗା,ପୂର୍ଣ୍ଣ ଚନ୍ଦ୍ର ମହାରଣା, ସବିତା ସାହୁକାର,ସରିତା ପଣ୍ଡା, ମମତା ସାହୁ, ଲକ୍ଷ୍ମୀ ନାରାୟଣ ରାଉତ ଙ୍କ ସମେତ ବହୁ ସମାଜସେବୀ ଉପସ୍ଥିତ ଥିଲେ।

Advertisement