Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବାଲ୍ୟ ବିବାହ ରୋକିବା ,ଭୃଣ ହତ୍ୟା ରୋକିବା ଓ ଗୁଣିଗାରେଡି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ କରିବା...

ବାଲ୍ୟ ବିବାହ ରୋକିବା ,ଭୃଣ ହତ୍ୟା ରୋକିବା ଓ ଗୁଣିଗାରେଡି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା

(ଗଞ୍ଜାମରେ ସସ୍ତ ବିଦ୍ୟାଳୟ, ସମସ୍ତ ଗ୍ରାମ ପଞ୍ଚାୟତ ଓ ସମସ୍ତ ମେଡିକାଲ୍ରେ ନିର୍ଭୟ କଢି ,ମୋ ଗେଲ୍ହା ଝିଅ ଓ ମୋ ସଚେତନତ ଦିବସ ପାଳିତ )

573
ADVERTISEMENT

ଗଂଜାମ,୨୨।୧୧(ଡି.ଏଚ ) : ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଗୋଟିଏ ଦିନ ଗୋଟେ ସମୟରେ ସାରା ଜିଲ୍ଲାର ସମସ୍ତ ୩୬୨୪ ବିଦ୍ୟଳୟରେ ପ୍ରାୟ ୪ ଲକ୍ଷ ଲୋକ ଛାତ୍ର ଛାତ୍ରୀ ନିଜ ନିଜ ବିଦ୍ୟଳୟରେ ବାଲ୍ୟ ବିବାହ ରୋକିବା, ଭୂମି ହତ୍ୟା ରୋକିବା ଓ ଗୁଣିଗାରେଡି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଓ ସମସ୍ତଙ୍କୁ ସଚେତନତା ନିମନ୍ତେ ଏକ ଶପଥ ପାଠ କରାଇବା ସହିତ ଓ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ କରାଯାଇଥିଲା ।
ସେହିପରି ଅନୁରୂପ ଭାବରେ ଗ୍ରାମ ପଞ୍ଚାୟତ ସ୍ତରରେ ଅଙ୍ଗନବାଡି କର୍ମୀ ଗ୍ରାମ ମାନଙ୍କରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ନେଇ ପଞ୍ଚାୟତ ମୁଖ୍ୟାଳୟରେ ବାଲ୍ୟ ବିବାହ ରୋକିବା ,ଭୃଣ ହତ୍ୟା ରୋକିବା ଓ ଗୁଣିଗାରେଡି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଓ ସମସ୍ତଙ୍କୁ ସଚେତନତା ନିମନ୍ତେ ଏକ ଶପଥ ପାଠ କରାଇବା ସହିତ ଓ ଏକ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା .ଏବଂ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ଅବସରରେ ୨୩୧୦ କନ୍ୟା ସନ୍ତାନ ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସେହିପରି ଗଂଜାମ ଜିଲ୍ଲାରେ ଥିବା ସମସ୍ତ ମେଡ଼ିକାଲରେ ମଧ୍ୟ ଉକ୍ତ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲାର ଜନ୍ମ ନେଇଥିବ ସମସ୍ତ ୨୩୧୦ କନ୍ୟା ସନ୍ତାନକୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶଂସାପତ୍ର ସହିତ ଫୁଲଗଛ ଚାରା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସଚେତନତା ଶୋଭାଯାତ୍ରା କନ୍ୟା ସନ୍ତାନ ମାନଙ୍କୁ ସମ୍ବର୍ଧନା ଓ ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗି ପ୍ରତକ୍ଷ ତତ୍ୱ ବଧାନରେ ହୋଇଥିଲା । ଅନ୍ୟ ମାନକ ମଧ୍ୟରେ ଗ୍ରାମ ଉନ୍ନୟନ ସଂସ୍ଥର ପ୍ରକଳ୍ପ ନିର୍ଦ୍ଧେଶକ , ଅତିରିକ୍ତ ଜିଲ୍ଲପାଳ ,ଉପ ଜିଲ୍ଲପାଳ , ସମସ୍ତ ବିଡ଼ିଓ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ , ସମସ୍ତ ସିଡିପିଓ ,dpm , NRHM ,NOP ଆକ୍ସନଏଡ଼ରେ ଜିଲ୍ଲା ପରାମର୍ଶ ଦାତା ଦେବବ୍ରତ ମାହୁନ୍ତ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଗଂଜାମ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ସାରା ଜିଲ୍ଲାରେ ପରିଚାଳନା କରାଯାଇଥିଲା ।

Advertisement