Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ମୋ ଗେହ୍ଲା ଝିଅ, ନିର୍ଭୟକଢି, ନବଜାତ ଶିଶୁ ଯତ୍ନ ସପ୍ତାହ ନେଇ ଗୋଷ୍ଠୀସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ମୋ ଗେହ୍ଲା ଝିଅ, ନିର୍ଭୟକଢି, ନବଜାତ ଶିଶୁ ଯତ୍ନ ସପ୍ତାହ ନେଇ ଗୋଷ୍ଠୀସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

402
ADVERTISEMENT

ହିଞ୍ଜିଳିକାଟୁ,୨୨ା୧୧(ଡି.ଏଚ/ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ କ୍ରମେ ହିଞ୍ଜିଳି ବ୍ଳକରେ ଗୁରୁବାର ଗୋଷ୍ଠୀ ସ୍ତରୀୟ ସଚେତନତା ଓ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ହିଞ୍ଜିଳିକାଟୁ ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ବ୍ଳକର ସମସ୍ତ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ମୋ ଗେହ୍ଲା ଝିଅ, ନିର୍ଭୟକଢି ଦିବସ, ନବଜାତ ଶିଶୁ ଯତ୍ନ ସପ୍ତାହ, ମୋ ସଚେତନତା, ମୋ ଡ଼ାକ୍ତରଖାନା ମୋ ଗର୍ବ ଓ ବିନା ଅତ୍ସୋପ୍ରଚାରରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ଅର୍ନ୍ତଭୁକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଗଣ୍ଡଳା ଗଣେଷ ବିଦ୍ୟାପିଠ ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଶିକ୍ଷାର୍ଥୀ ମାନେ ହାତରେ ପ୍ଳାକାଡର଼୍, ବ୍ୟାନର ଧରିବା ସହ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ବ୍ଳକର ବିଭିନ୍ନ ପଂଚାୟତରେ ସରପଂଚ ମାନେ ଉପସ୍ଥିତ ରହି ୪୭ ଜଣ ମା’ ଓ ନବଜାତ ଶିଶୁ କନ୍ୟାଙ୍କୁ ବେବି କିଟ୍, ଫୁଲତୋଡ଼ା ଓ ପ୍ରଶଂସାପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଉକ୍ତ ସମସ୍ତ ଯୋଜନାର ଆଭିମୁଖ୍ୟ ଓ ସଫଳ ରୂପାୟନ ସଂକ୍ରାନ୍ତରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ଶଶାଙ୍କ ଶେଖର ପଣ୍ଡା, ପିଏଚଇଓ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସଂପୃକ୍ତ ପଂଚାୟତର ସରପଂଚ, ଅଙ୍ଗନୱାଡ଼ି ସୁପରଭାଇଜର, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ନେଇ ସଚେତନତା ରା଼ଲ୍ଲୀ କରଯାଇଥିଲା ।

Advertisement