Saturday, November 21, 2026
ADVERTISEMENT
Home ଆଞ୍ଚଳିକ ପୁଅ ଆଣିଲେ ବାପାଙ୍କ ଅପହରଣ ଅଭିଯୋଗ, ବାପା କହିଲେ ଅଭିଯୋଗ ଭିତ୍ତି ହୀନ

ପୁଅ ଆଣିଲେ ବାପାଙ୍କ ଅପହରଣ ଅଭିଯୋଗ, ବାପା କହିଲେ ଅଭିଯୋଗ ଭିତ୍ତି ହୀନ

361
ADVERTISEMENT

ପୁରୁଷୋତ୍ତମପୁର ,୨୧।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅଧ୍ୟକ୍ଷ ପଦ ୨୬ଦିନ ହେଲା ଖାଲି ପଡିଛି । ଅନାସ୍ଥା ନୋଟିସ ପୂର୍ବରୁ ଗତ ମାସ୨୫ତାରିଖରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।ଇତି ମଧ୍ୟରେ ଅଧ୍ୟକ୍ଷ ପଦପୂରଣ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ଦିନ ଯେତିକି ବିଳମ୍ବ ହୋଉଛି ,ରାଜନୀତି ଗଣିତ ସେତିକି ଜଟିଳ ହେବାରେ ଲାଗିଛି।ପୁରୁଷୋତ୍ତମପୁର ବ୍ଲକ୨୬ଟି ପଞ୍ଚାୟତକୁ ନେଇ ଗଠିତ । ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଅଧିକାଶ ସମିତି ସଭ୍ୟ ଓ ସରପଞ୍ଚ ବର୍ତ୍ତମାନ ଅଜ୍ଞାତ ବାସରେ ରହିଛନ୍ତି। ବିଦାୟି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ଅପହରଣ କରାଯାଇଛି,ବୋଲି ତାଙ୍କର ପୁଅ ସୁବ୍ରତ ପଣ୍ଡା ,ଉଚ୍ଚ ପୋଲିସ ଅଧିକାରୀ, ମୁଖ୍ୟମନ୍ତ୍ରୀ ,ଗଞ୍ଜାମ ଜିଲ୍ଲାପାଳ ଉଦ୍ଦେଶ୍ୟରେ ଅଭିଯୋଗ କରି ସୋସିଆଲ ମିଡ଼ିଆରେ ଏହି ଖବର ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅ ଅଭିଯୋଗର କିଛି ଘଣ୍ଟା ନପୂରୁଣୁ ଚିତ୍ର ସପୂର୍ଣୄ ବଦଳି ଯାଇଛି । ସୂର୍ଯ୍ୟ ବୁଧବାର ସନ୍ଧ୍ୟାରେରେ ପୁରୁଷୋତ୍ତମପୁର ଥାନାରେ ପହଞ୍ଚି ,ସେ ଅପହୃତ ହୋଇନାହାନ୍ତି, ସେ ବିଦ୍ରୋହୀ ସମିତି ସଭ୍ୟଙ୍କ ସହ ରହି ବୁଲି ବାକୁ ଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ତାଙ୍କ ପୁଅ ସୁବ୍ରତକୁ କେହି ଅପହରଣ କରି ପ୍ରଭାବିତ କଲା ଭଳି ମୋତେ ଜୋର ଜବରଦସ୍ତ ଅପହରଣ କରାଯାଇଥିବା ନେଇ ମିଥ୍ୟା ଏତଲା ଦେବାକୁ ବାଧ୍ୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ପୁଅ ନାବାଳିକ ତାକୁ ଖୋଜି ପାଉନଥିବା ସହ ତା ଜୀବନ ପ୍ରତି ବିପଦ ରହିଥିବା ସେ କହିଛନ୍ତି । ପୁରୁଷୋତ୍ତମପୁର ବ୍ଲକ ରାଜନୀତିରେ ପଲିଟିକ୍ସକୁ ନେଇ ସବୁ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲିଟିଛି।

Advertisement