ବ୍ରହ୍ମପୁର ,୨୧।୧୧(ଡି.ଏଚ/ଈ.ରଞ୍ଜନ) : ରାଜ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ, ଦୁର୍ବବ୍ୟହାର ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ମୁଖ୍ୟମନ୍ତ୍ରୀ ୫-ଟିକୁ ନେଇ ଜୋରସୋର ଉଦ୍ୟମ ଜାରି ରଖିଥିବା ବେଳେ ତାଙ୍କ ଏମ୍ପି, ଏମ୍ଏଲ୍, ଜନପ୍ରତିନିଧି ମାନେ ସେତିକି ମାତ୍ରାରେ ଦାଦାଗିରି କରିବାରେ ଲାଗିଛନ୍ତି । କେନ୍ଦ୍ରାପଡ଼ା ଓଟିଭି ସାମ୍ବାଦିକଙ୍କୁ ଯେଭଳି ସାଂସଦଙ୍କ ଦୁର୍ବବ୍ୟହାର ସୀମା ଟପି ଯାଇଥିବା ବେଳେ ତାହାର ପ୍ରତିବାଦ ଥମିନଥିବା ବେଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଜଗଦଳପୁର ସରପଂଚ ହାଡୁବନ୍ଧୁ ବେହରାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ସାଢେ଼ ୧୦ଟାରେ ଜଗଦଳପୁର ପଂଚାୟତ କାର୍ଯ୍ୟାଳୟକୁ ଯାଇଥିଲେ ଦୁନିଆହାଲଚାଲ ୱେବ୍ ମିଡ଼ିଆ ବ୍ରହ୍ମପୁର ସଦର ପ୍ରତିନିଧି ଇ. ରଞ୍ଜନ । ସରପଂଚ ହାଡୁବନ୍ଧୁ ବେହେରାଙ୍କୁ ଭେଟି କିଛି ଉନ୍ନ୍ରୟନମୂଳକ କାର୍ଯ୍ୟ ଉପରେ ପ୍ରଶ୍ନ କରିଥିଲେ । ତନ୍ମ ମଧ୍ୟରୁ ଗ୍ରାମକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ଗେଟ୍ ଦୀର୍ଘ ଏକବର୍ଷ ହେବ ଅଧପନ୍ତରିଆ ଭାବେ ପଡ଼ି ରହିଛି ଏହି ପ୍ରଶ୍ନ ପଚାର ପଚାରୁ ଚିଇଁକି ଉଠିଥିଲେ ସରପଂଚ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନାନା ପ୍ରକାର ଧମକ ଚମକ ଦେଇଥିବା ଜଣାପଡ଼ିଛି । ଉଲ୍ଳେଖ ଯୋଗ୍ୟ ଯେ ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଭାବେ ପ୍ରଶ୍ନ କରିବାର ଅଧିକାର ରହିଛି କିନ୍ତୁ ଜଣେ ଜନ ପ୍ରତିନିଧି ଭାବେ ସାମ୍ବାଦିକ ଉତର ବଦଳରେ ଗାଳି ଗୁଲଜ କରିବା ଦୁର୍ଭାଗ୍ୟ ଜନକ । ସୂଚନା ଯୋଗ୍ୟ ଯେ ଜଣେ ଲୋକ ପ୍ରତିନିଧି ହୋଇ ସାମ୍ବାଦିକଙ୍କୁ ଏଭଳି ଆଚରଣ କରିବା କେତେଦୂର ଠିକ ତାହା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଛି ।















