ଭାରତରେ ମୋଟୋରୋଲା ୱାନ ଭିଜନର ବଜାର ପ୍ରବେଶ

181
ADVERTISEMENT

ନୂଆଦିଲ୍ଲୀ, ୨୦/୬(ଡିଏଚବି): ଭାରତରେ ମୋଟୋରୋଲା ଏହାର ନୂଆ ଫୋନ ମୋଟରୋଲା ୱାନ ଭିଜନକୁ ଆଜି ଲଞ୍ଚ କରିଛି | ଏହା ପୂର୍ବରୁ ଚୀନରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା | ଏହି ସ୍ମାର୍ଟଫୋନର ମୂଲ୍ୟ ୧୯୯୯୯ଟଙ୍କା ହୋଇଥିବାବେଳେ ୩୭୫୦ଟଙ୍କାର କ୍ୟାସବ୍ୟାକ ଅଫର ମଧ୍ୟ ମିଳିବ | ଅନଲାଇନରେ ଆପଣ କିଣିବାକୁ ଚାହୁଁଥିଲେ ଜୁଲାଇ ୪ତାରିଖ ଯାଏଁ ନୋ କଷ୍ଟ ଇଏମଆଇରେ ଆପଣ ଏହା କିଣିପାରିବେ | ମୋଟୋରୋଲା ୱାନ ଭିଜନରେ ୬.୩ଇଞ୍ଚର ଫୁଲ ଏଚଡ଼ି ଡ଼ିସପ୍ଲେ ଦିଆଯାଇଛି |

ଏହି ନୂଆ ସ୍ମାର୍ଟଫୋନରେ ସାମସଙ୍ଗ ଆକ୍ଟକୋର ପ୍ରୋସେସର ଦିଆଯିବାସହ ୪ ଜିବି ରାମ ସହ ୧୨୮ ଜିବିର କ୍ଷମତା ଦିଆଯାଇଛି | ଫୋନରେ ମେମୋରିକାର୍ଡ ବ୍ୟବହାର କରିବା ସୁବିଧା ମଧ୍ୟ ଦିଆଯାଇଛି ଯାହାଫଳରେ ଆପଣ ଏହାର କ୍ଷମତାକୁ ୧ ଟିବି ଯାଏଁ ବଢାଇପାରିବେ | ସେହିପରି ଏହାର ପଛପଟେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଥିବାବେଳେ ଏଥିରେ ଡୁଆଲ ହାଇବ୍ରିଡ଼ ସିମ ସୁବିଧା ମଧ୍ୟ ଦିଆଯାଇଛି | ବଡ଼କଥା ହେଉଛି, ଏଥିରେ ଫଟୋଗ୍ରାଫି ପାଇଁ ଡୁଆଲ ରିୟର କ୍ୟାମେରା ସୁବିଧା ଦିଆଯାଇଛି | ପ୍ରଥମ କ୍ୟାମେରା ୪୮ ମେଗାପିକ୍ସେଲର ହୋଇଥିବାବେଳେ ଦ୍ଵିତୀୟ କ୍ୟାମେରା ୫ ମେଗାପିକ୍ସେଲ କ୍ଷମତା ବିଶିଷ୍ଟ ଅଟେ| ସେହିଭଳି ଫୋନରେ ୩୫୦୦ ଏମଏଏଏଚ କ୍ଷମତାର ବ୍ୟାଟେରୀ ମଧ୍ୟ ଦିଆଯାଇଛି |

Advertisement