ବ୍ରହ୍ମପୁର,୨୦ା୧୧(ଡି.ଏଚ/ କିରଣ ମିଶ୍ର ) : ବାଳକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଭରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଏଲ.ମମତା ଆଚାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ସେନାପତି ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ସନମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ,ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ସରପଞ୍ଚ ଉଷା ଦାସ, ସିଆରସିସି ମନୋଜ ସାସମଲ, ସ୍କୁଲ ପରିଚାଳନା କମିଟି ସଭାପତି ସୁକାନ୍ତ ଗୌଡ଼,ଗୋବିନ୍ଦ ଗୌଡ଼ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଜ୍ଞାନ ଶିକ୍ଷୟତ୍ରୀ ରେଣୁଝରାଙ୍କ ସଂଯୋଜନାରେ ଅନୁଷ୍ଠିତ ମେଳାରେ30 ଗୋଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ହୋଇଥିଲା। ଶିକ୍ଷୟତ୍ରୀ ଉଷା ସାହୁ, ସୁଲଚନା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କନିଷ୍ଠ ବିଭାଗରେ ଶ୍ରୀୟାରାଣୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରଦ୍ଧାଞ୍ଜଳି ଗୌଡ଼ ଦିତ୍ୟୟ ,ଶଙ୍କର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ବରିଷ୍ଠ ବିଭାଗରେ ଚନ୍ଦନ କୁମାର ଗୌଡ଼ ପ୍ରଥମ, ସିଘ୍ନରାଣୀ ଆଚାରି ଦ୍ଵିତୀୟ ଏବଂ ମମତା ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହିଅବସର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

















