Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ସବୁ ସ୍କୁଲରେ ‘ପିଲାଟିଏ- ଗଛଟିଏ’ ଅଭିଯାନ

ସବୁ ସ୍କୁଲରେ ‘ପିଲାଟିଏ- ଗଛଟିଏ’ ଅଭିଯାନ

307
ADVERTISEMENT

ବ୍ରହ୍ମପୁର , ୨୦/୬(ଦୁନିଆ ହାଲଚାଲ )-ବାରମ୍ବାର ଗଞ୍ଜାମ ଜିଲାର ସବୁଜିମାକୁ ନଷ୍ଟ କରିବାରେ ଲାଗିଛି ସାମୁଦ୍ରିକ ବାତ୍ୟା । ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ତରଫରୁ ବ୍ୟାପକ ଚାରାରୋପଣ କରାଯାଉଛି। ହେଲେ ତାହା ଯଥେଷ୍ଟ ହେଉନି। ଏଭଳି ଏକ ସମୟରେ ଗଞ୍ଜାମ ଜିଲାକୁ ସବୁଜିମାରେ ଭରିଦେବା ପାଇଁ ଜିଲା ପ୍ରଶାସନ ଏକ ଅଭିନବ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହାର ନାମ ହେଲା ‘ପିଲାଟିଏ- ଗଛଟିଏ’। ଜିଲାର ପ୍ରାୟ ୫ ଲକ୍ଷ ସ୍କୁଲପଢ଼ୁଆ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବ। ସେମାନେ ନିଜ ଘର ଆଖପାଖ ଅଞ୍ଚଳରେ ତାହାକୁ ରୋପଣ କରିବେ। ଆସନ୍ତା ୨୬ତାରିଖରେ ବିଦ୍ୟାଳୟ ଖୋଲିବା ପରେ ଅଭିଯାନ କାର୍ଯ୍ୟକାରୀ କରାଯିବ।
ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ କୁଲାଙ୍ଗେ ସମସ୍ତ ବିଡିଓ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବିଗତ ବର୍ଷରେ ସ୍ବଚ୍ଛ ଭାରତ ଅଭିଯାନ ଏବଂ ପରିମଳ ବିଦ୍ୟାଳୟ ଯୋଜନାକୁ ସଫଳ କରିବାରେ ଛାତ୍ରୀଛାତ୍ରମାନେ ବେଶ୍‌ ଆଗ୍ରହ ଦେଖାଇଥିଲେ। ଏଣୁ ଚଳିତ ବର୍ଷ ଖରା ଛୁଟି ଶେଷ ହୋଇ ବିଦ୍ୟାଳୟ ଖୋଲିବା ପରେ ‘ପିଲାଟିଏ- ଗଛଟିଏ’ ଅଭିଯାନ କାର୍ଯ୍ୟକାରୀ କରାଯିବ। ବ୍ଲକସ୍ତରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀ ଏହାର ନୋଡାଲ୍‌ ଅଫିସର୍‌ ରହିବେ। ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନିଜ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଂଖ୍ୟା ସମ୍ପର୍କରେ ବିଡିଓଙ୍କୁ ଅବଗତ କରିବେ।

Advertisement