Monday, November 23, 2026
ADVERTISEMENT
Home ଆଞ୍ଚଳିକ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ଲାଷ୍ଟିକ ମୁକ୍ତ ସ୍ୱାଗତ ଉତ୍ସବ ଅନୁଷ୍ଠିତ

ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ଲାଷ୍ଟିକ ମୁକ୍ତ ସ୍ୱାଗତ ଉତ୍ସବ ଅନୁଷ୍ଠିତ

719
ADVERTISEMENT

ନୂଆପଡା,୧୯/୧୧(ଡି.ଏଚ/ମନୋଜ କୁମାର ରଣା):ନୂଆପଡା ଜିଲ୍ଲା ସଦରମହକୁମା ସ୍ଥିତ ଏକମାତ୍ର ନିକଟସ୍ଥ ସ୍ଥାନୀୟ ମହାବିଦ୍ୟାଳୟ ନ୍ୟାସନାଲ କଲେଜ ନୂଆପଡ଼ାଠାରେ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତଯୋଗ୍ୟ ଭାରତ ସରକାରଙ୍କ single use plastic ଉପରେ ଦୂଢ଼ ପ୍ରତିବନ୍ଧକକୁ ଦ୍ଵିତୀୟ ଓ ତୃତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ ସ୍ଵାଗତ ଜଣାଇ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ଲାଷ୍ଟିକ ମୁକ୍ତ ସ୍ବାଗତ ଉତ୍ସବ ଅନୁଷ୍ଠିତ କରିଛନ୍ତି ।

ଏହି ଅବସରରେ ଯୋଗ ଦେଇଥିବା କଲେଜର ଅଧ୍ୟକ୍ଷ ତଥା ମୁଖ୍ୟ ଅତିଥି ଶ୍ରୀମାନ ସମରେନ୍ଦ୍ର ନାରାୟଣ ଦାସ ମହୋଦୟ , ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀମାନ କିଶୋର କୁମାର ବାରିକ ଏବଂ ଏହି ବିଭାଗର ଅନ୍ୟତମ ଅଧ୍ୟାପକ ତଥା ସମ୍ମାନୀତ ଅତିଥି ଶ୍ରୀମାନ ସୁରେନ୍ଦ୍ର ମୋହନ ଦାସ ପ୍ରମୁଖ ଓ ନୂତନ କରି ଆସିଥିବା ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସୁସଜ୍ଜିତ ଗଛର ଗୁଚ୍ଛା ଦେଇ ଓ ଫୁଲ ଚନ୍ଦନ ଲଗାଇ ଦ୍ଵିତୀୟ ଓ ତୃତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ ସ୍ଵାଗତ କରିଥିଲେ । ଏହି ଅବସରରେ କଲେଜର ଅଧ୍ୟକ୍ଷ ଶ୍ରୀ ଦାସ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ମଙ୍ଗଳ କାମନା କରି ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତରେ ଜଣେ ବରିଷ୍ଠ ନାଗରିକ ହେବାପାଇଁ ଆହ୍ୱାନ ଦେଇଛନ୍ତି ।ସେହିପରି ଭାବେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ବାରିକ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏପରି ଏକ ପ୍ଲାଷ୍ଟିକ ମୁକ୍ତ ସ୍ବାଗତ ସମାରୋହ ଆୟୋଜିତ କରିଥିବାରୁ ଓ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଯେମିତି କି ବେଟି ବଚାଓ ବେଟି ପଢାଅ , ଘରେ ଘରେ ପାଇଖାନା, plastic free ପରିବେଶ କାର୍ଯ୍ୟକ୍ରମ ଏଠାରେ କରିଥିବାରୁ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମିତି ସମ୍ମାନିତ ଅତିଥି ଶୀ ଏସ.ଏମ.ଦାସ ଏହି କାର୍ଯ୍ୟକ୍ରମ କୁ ବହୁତ ସୁନ୍ଦର ହେଇଛି ବୋଲି ବଖାଣି ଥିଲେ ।ପରେ ଦ୍ଵିତୀୟ ଓ ତୃତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ସମସ୍ୟା ଓ ସଚେତନତା ଉପରେ ନିଜ ନିଜ ମତ ରଖିଥିଲେ ଯେମିତି କି ପ୍ଲାଷ୍ଟିକ ମୁକ୍ତ,ଧାରା ୩୭୦,ପରିବେଶ ସୁରକ୍ଷା , ଆଦର୍ଶ ଛାତ୍ରର ଭୂମିକା ଇତ୍ୟାଦି ଏବଂ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ, ଗୀତ,ଖେଳ, ଜୋକ୍ କରାଯାଇ ବହୁତ ଧୁମଧାମରେ ହୋଇଥିଲା ଏବଂ ଏହି ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି ସ୍ଵାଗତ ସମାରୋହ ଉତ୍ସବକୁ ସଫଳ ମଣ୍ଡିତ କରିପାରିଥିଲେ ।

Advertisement