ବାଲିଗୁଡା,୧୯/୧୧ (ଡି.ଏଚ/ସୁରେଶ କୁମାର ପଣ୍ଡା):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପୁଣି ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ କରି ପ୍ରାୟ 150 ଏକର ଜମିରେ ଦେଢ଼ ଲକ୍ଷ ଗଛ ଲଗାଯାଇଥିବାର ଦେଖିବାକୁ ମିଳିଥିଲା ଯାହାର ମୂଲ୍ୟ 15କୋଟିରୁ ଉର୍ଦ୍ଧ ଟଙ୍କା ବୋଲି ଅନୁମାନ କରାଯାଇଛି ଏହି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ସାକାରପଡ଼ି,ଜୁନାଗାଁ, ସିରୁବାଲି ଗ୍ରାମରେ ଚଢ଼ାଉ କରାଯାଇଥିଲା ଏହା ଅବକାରୀ ବିଭାଗ ଆରକ୍ଷଣ ବିମ୍ବାଧର ସେଠି ଓ କନ୍ଧମାଳ ଜିଲ୍ଲା ଆରକ୍ଷ ଅଧିକାରୀ ପ୍ରତୀକ ସିଂଙ୍କ ନିର୍ଦେଶକ୍ରମେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ଓ ଅବକାରୀ ବିଭାଗ ଅଫିସ ଅଧିକାରୀ ମାଧବ କୌଶଲ୍ୟା ଚଢ଼ାଉ କରି ଗଛକୁ କଟାଯାଇ ପେଟ୍ରୋଲ ପକାଇ ପୋଡ଼ା ଯାଇଥିଲା l
















