Saturday, November 21, 2026
ADVERTISEMENT
Home ଆଞ୍ଚଳିକ କଳିଙ୍ଗା ଘାଟିରେ ମକା ବୋଝେଇ ଟ୍ରକ ଓଲଟିଲା

କଳିଙ୍ଗା ଘାଟିରେ ମକା ବୋଝେଇ ଟ୍ରକ ଓଲଟିଲା

467
ADVERTISEMENT

ବାଲିଗୁଡା,୧୯/୧୧ (ଡି.ଏଚ/ରାହୁଲ ଜେନା):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ରବିବାର ଏକ ମକା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଆନ୍ଧ୍ରପ୍ରଦେଶର ଏହି ଟ୍ରକର ଚାଳକ ଏବଂ ହେଲପର ଅଳ୍ପକେ ବଞ୍ଚି ଯାଇଛନ୍ତି। ଏକ ମକା ବୋଝେଇ ଟ୍ରକ (ଏପି ୦୫ଟିଡି ୬୩୮୮) କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ରବିବାର  ଭୋରରେ କଳିଙ୍ଗା ଘାଟିରୁ ଗଡୁଥିବା ବେଳେ ଦ୍ରୁତ ଗତି ଯୋଗୁଁ ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ରକଟି ବାମପଟ ସୁରକ୍ଷା ପାଚେରୀକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା। ଭାଗ୍ୟବସତଃ ଟ୍ରକ ଚାଳକ ଏବଂ ହେଲପର ଉପସ୍ଥିତ ବୁଦ୍ଧି ଖଟେଇ ବଂଚି ଯାଇଛନ୍ତି। ଖବର ପାଇ ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ ସେମିତି ପଡ଼ି ରହିଛି। ଦୁର୍ଘଟଣା ସଂପର୍କରେ ଟ୍ରକର ମାଲିକ ଅବଗତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ମାଲିକ କ୍ରେନ୍‌ ନେଇ ପହଂଚିବା ପରେ ଟ୍ରକକୁ ଉଠାଯିବ। ଉଭୟ ଚାଳକ ଓ ହେଲପର ଗାଡ଼ିକୁ ଜଗିଛନ୍ତି।

Advertisement