କୁକୁଡାଖଣ୍ଡି,୧୮।୧୧(ଡି.ଏଚ/ଇ.ରଞ୍ଜନ ) :କୁକୁଡାଖଣ୍ଡି ବ୍ଲକ ଅନ୍ତଗତ ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ନିମାଣ ଶ୍ରମିକ ବାବଦକୁ ଆସିଥିବା ଘର ନେଇଥିବା ଅଭିଯୋଗ ହୋଇଥିଲା ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କିନ୍ତୁ ପ୍ରଶାସନ ଚୁପ ବସିଥିଲା । ସୋମବାର ଏନେଇ କିଛି ଅସହାୟ ଗରିବ ପରିବାର ସରକାରୀ ଘର ପାଇବାରୁ ବଞ୍ଚିତ ହେଇଥିବା ନେଇ କିଛି ଗ୍ରାମବାସୀ ବିଡିଓଙ୍କୁ ଅଭିଯୋଗ କରିଥିଲେ । ବିଡିଓ ଖୁବ ଶୀଘ୍ର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି । ଘଟଣାରୁ ପ୍ରକାଶ ଯେ ବନ୍ଥପଲ୍ଲୀର ସରପଞ୍ଚ ଗରିବ ହିତାଧିକାରୀଙ୍କୁ ଅଣଦେଖା କରି ନିଜେ ନିର୍ମାଣ ଶ୍ରମିକ ବାବଦକୁ ଏକ ଘର ନେଇ ସଂପୂଣ୍ନ ଅର୍ଥ ଉଠାଇଛନ୍ତି । ନିଜ ସମ୍ପର୍କୀୟ ଓ କିଛି ହାତଗଣତି ଧନୀ ଶ୍ରେଣୀର ଲୋକଙ୍କୁ ହିଁ ସରକାରୀ ଘର ପ୍ରଦାନ କରୁଛନ୍ତି ,ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ଘର ପାଇଁ ଟଙ୍କା ମାଗୁଛନ୍ତି ନଦେଲେ ସରକାରୀ ଯୋଜନାରୁ ବଞ୍ଚିତ କରୁଛନ୍ତି। ହିତାଧିକାରୀ ମାନେ ସରକାରୀ ଘର ପାଇନାହାନ୍ତି ପାଲ ତଳେ ଜୀବନ ବିତାଉଛନ୍ତି ମୁଲ ଲାଗିଲେ ଚୁଲି ଜଳୁଛି ,ବର୍ଷା ହେଲେ ଘରେ ପାଣି ଗଳୁଛି। ଉପଯୁକ୍ତ ତଦନ୍ତ କରି ଗରିବ ହିତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ ଦାବି କରିଛନ୍ତି। ସରପଞ୍ଚଙ୍କୁ ପ୍ରୀୟାପ୍ରିତୀ ଦେଖାଉଛି ପ୍ରଶାସନ ,ସବୁ ଜାଣି ଚୁପ ବସିଛି ,ରାଜ୍ୟ ସରକାରଙ୍କ ୫ଟି ର ଏହା କଣ ଅନ୍ତର୍ଭୁକ୍ତ ନୁହେଁକି ବୋଲି ଗ୍ରାମବାସୀ କହିଛନ୍ତି।

















