Sunday, November 22, 2026
ADVERTISEMENT
Home ଆଞ୍ଚଳିକ ପୁସ୍କକ ମେଳା ଉଦଯାପିତ

ପୁସ୍କକ ମେଳା ଉଦଯାପିତ

411
ADVERTISEMENT

ବ୍ରହ୍ମପୁର,୧୮।୧୧(ଡି.ଏଚ/ସଞ୍ଜୟ ବିଶ୍ୱାଳ ) : ଏଥର ରେଶମନଗରୀ ବ୍ରହ୍ମପୁରରେ ବେଶ୍ ଜମିଲା ପୁସ୍ତକ ମେଳା । ଓଡିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଐତିହ୍ୟର ବିକାଶ କରିବା ସହିତ ଲୁକକାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ନିମନ୍ତେ ପୁସ୍ତକ ମେଳାର ଆୟୋଜନ ସ୍ୱାଗତଯୋଗ୍ୟ । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ପୁସ୍ତକ ମେଳା ୧୭ ତାରିଖରେ ଉଦଯାପିତ ହୋଇଥିଲା । ଏହି ସମୟରେ ଆୟୋଜକ କମିଟି ଦ୍ୱାରା ପ୍ରତ୍ୟେକ ସଂଧ୍ୟାରେ ବୌଦ୍ଧିକ ଆଲୋଚନା, ଶିକ୍ଷା ସମ୍ବନ୍ଧୀୟ ଆଲୋଚନା, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବଳଦେବ ରଥଙ୍କ ସାହିତ୍ୟ ସଂପର୍କରେ ଆଲୋଚନା. ଓଡିଶୀ ନୃତ୍ୟ ସହିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଯାହାର ଭରପୁର ମଜା ଉଠାଇଥିଲେ ଦର୍ଶକ ।


ଗଂଜାମ ଜିଲ୍ଲା ପୁସ୍ତକ ମେଳା କମିଟି ପକ୍ଷରୁ ଚଳିତ ବର୍ଷ ବ୍ରହ୍ମପୁରର ଖଲିକୋଟ କଲେଜ ଷ୍ଟାଡିୟମ୍ରେ ଚାଲିଛି ମହାନଗର ପୁସ୍ତକ ମେଳା । ଉକ୍ତ ପୁସ୍ତକ ମେଳାରେ ଖୋଲାଯାଇଥିବା ଷ୍ଟଲ୍ ଗୁଡିକ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରର ବିକ୍ରେତା ଓ ପ୍ରକାଶକ ମାନେ ସେମାନଙ୍କର ପୁସ୍ତକକୁ ପ୍ରଦର୍ଶିତ କରିବା ସହ ବିକି୍ର କରି ବେଶ୍ ଦୁଇ ପଇସା ରୋଜଗାର କରିପାରି ଥିବାରୁ ଖୁସି ଅନୁଭବ କରିଥିଲେ । ଏଥିସହ ପାଠକଙ୍କୁ ଆକୃଷ୍ଟ କରିବା ପାଇଁ ବହୁ କବି ସେମାନଙ୍କର ପୁସ୍ତକଗୁଡିକୁ ସୁଲଭ ଦରରେ ବିକି୍ର କରିବା ସହିତ ଆୟୋଜକ କମିଟି ପକ୍ଷରୁ ବିଭି୍ନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ତେବେ ଗୋଟିଏ ସ୍ଥାନରେ ଛୋଟ ଛୋଟ ପିଲାଙ୍କ କ୍ଷୁଦ୍ର ଗଳ୍ପ ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ବିଜ୍ଞାନ ଓ ଆଇନ୍ ସଂପର୍କିତ ବିଭିନ୍ନ କିସମର ପୁସ୍ତକ ସେଠାରେ ସୁଲଭ ଦରରେ ମିଳୁ ଥିବାରୁ ପାଠକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲିକ୍ଷିତ ହୋଇଥିବାର ଦେଖିବାକୁ ମିଳିଥିଲା । ଏଥର ପୁସ୍ତକ ମେଳାରେ ପ୍ରାୟ ସବୁ ଷ୍ଟଲର ବିକ୍ରେତା ମାନେ ବେଶ୍ ଦୁଇ ପଇସା ରୋଜଗାର କରିଥିବାରୁ ଖୁସି ଅନୁଭବ କରିଥିବାର ପ୍ରକାଶ କରିଛନ୍ତି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏଥର ପୁସ୍ତକ ମେଳାରେ ପାଠକଙ୍କ ଭିଡ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଥିଲା ଯେ ବର୍ତମାନ ଇଟେଂରନେଟ୍ ଯୁଗରେ ବି ପୁସ୍ତକର ଚାହିଦା ଦିନକୁ ଦିନ ଢେର୍ ବଢିବାରେ ଲାଗିଛି ।
Advertisement