କୁକୁଡାଖଣ୍ଡି,୧୮।୧୧(ଡି.ଏଚ/ଇ,ରଂଜନ) : ଗୁରୁଣ୍ଠି ଟେକ୍ନସିଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ ନଭେମ୍ବର 16, ଓ 17 ତାରିଖରେ ପାଳିତ ହୋଇଯାଇଛି। ଶ୍ରୀଯୁକ୍ତ ସି ଏଚ ମହେନ୍ଦ୍ର ସୁବୁଧି ଗଙ୍ଗାଧର ସ୍ୱର ଶିବ ମନ୍ଦିର ର ସଭାପତି ତଥା ସମାଜ ସେବି ଉଦଘାଟନ କରିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ଉତ୍ତମ ରହିଲେ ଓ ଯୋଗ କରିଲେ ଭଲ ପାଠ ପଡିବାକୁ ଇଛା ଲାଗିବ ବୋଲି କହିଥିଲ। ଉତ୍ସବର ଦୁତୀୟ ଦିନରେ ଉଦଯାପନ ଦିବସରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର ସହ ବିଭାଗ ପ୍ରଚାରକ ଶିକ୍ଷା ବିକାଶ ସମିତି ଗଞ୍ଜାମ ବ୍ରହ୍ମପୁର ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ରଖିବା ପାଇଁ ବ୍ୟୟାମ କରିବା ଓ ଯୋଗ କରିବା ପାଇଁ କହିବା ସଙ୍ଗେ ଉତ୍ତମ ଚରିତ୍ର ଗଠନ ଏବଂ ସଂସ୍କାର ଗଠନ ଉପରେ କହିଥିଲେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ସାହୁ ଓ ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଗୋପୀନାଥ ସାବତ ମଧ୍ୟ୍ୟ ଛାତ୍ର ଛାତ୍ରୀଙ୍କୁ ଉଦ୍ଧବଧନ ଦେଇଥିଲେ । ଶ୍ରୀଯୁକ୍ତ ବି. ଉଗ୍ର ସେନ ଦାସ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ଶାରୀରିକ ଗୁରୁଜୀ ଶ୍ରୀ କାଳୁ ଚରଣ ସେଠି ଗୋବର୍ଧନ ନାୟକ ଭଦ୍ରି ନାଥ ପଣ୍ଡା ଖେଳ ପରିଚାଳନା କରିଥିଲେ । ଛାତ୍ରୀ ମାନଙ୍କ ଖେଳ ପାଇଁ ଶ୍ରୀମତୀ ରୀନା ନାୟକ ପୁଷ୍ପଲତା ସାହୁ ଜୟାଲକ୍ଷ୍ମୀ ଗୌଡ଼ ଆଶା ଲତା ସାହୁ ସନ୍ଧ୍ୟା ଗୌଡ଼ ସୁକାନ୍ତି ସାହୁ ମାଧୁରୀ ପାଢ଼ୀ ପୁନମ ପଟ୍ଟନାୟକ ପ୍ରଭୁତି ସହଯୋଗ କରିଥିଲେ ।
















