ପାରଳାଖେମୁଣ୍ଡି,୧୮।୧୧(ଡି.ଏଚ/ପ୍ରଭାତ ପାତ୍ର ) : ଗଂଜାମ ଜିଲ୍ଲାର ବ୍ରହ୍ମପୁରର ସ୍ବେଚ୍ଛାସେବୀ ସଂଘଠନ ‘ଟିମ କ୍ଲିନ ସିଟି’ ତରଫରୁ ଶକ୍ତିଧର ରାଜୁଗୁରୁଙ୍କ ନେତୃତ୍ୱରେ ଏକ 18 ଜଣିଆ ଟିମ ପାରଳାଖେମୁଣ୍ଡି ପୌରପରିସଦରେ ବାସ କରୁଥିବା ଓ ବିଭିନ୍ନ ସ୍ଥାନରେ ଭ୍ରମଣ କିରୁଥିବା ମାନସିକ ବିକୃତି ଲୋକ ମାନଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ସଫା ସୁତୁରା କରିବା ସହ ନୂତନ ବସ୍ତ୍ର ଯୋଗାଇଦେବା ଓ ସେମାନଙ୍କୁ ସୁସ୍ଥ ଖାଦ୍ୟ ଯୋଗାଇ ଦେଇଥିଲେ । ସେହିପରି ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଲାଗିଥିବା ବ୍ୟାନର ପୋଷ୍ଟର ସଫେଇ କରିଥିଲେ । ଏହି ଟିମ କଲେଜ ଛକ ଠାରୁ ଆରମ୍ଭ କରି ବଡ଼ ବ୍ରାହ୍ମଣ ସାହି ମାଧ୍ୟମରେ 2ଜଣ ମାନସିକ ବିକୃତି ଲୋକ ଙ୍କୁ ସଫା ସୁତୁରା କରିବା ସହ ସେମାନଙ୍କୁ ଚୁଟି କାଟି ନୂତନ ବସ୍ତ୍ର ପରିଧାନ କରାଇଥିଲେ । ଏହି ଟିମ 24 ସେପ୍ଟେମ୍ବର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରାୟ 30 ଜଣ ମାନସିକ ବିକୃତି ଲୋକଙ୍କୁ ସହାୟତାର ହାତ ବଡାଇଛନ୍ତି । ପରଳାଖେମୁଣ୍ଡିରେ ଏହିଭଳି କାର୍ଯ୍ୟକ୍ରମ କରିବା ଦେଖି ଗଜପତି ଜିଲ୍ଲା ଆରକ୍ଷୀ ଅଧକ୍ଷା ସାରା ଶର୍ମା ସହଯୋଗ କରିବା ସହ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ କରାଗଲେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସହଯୋଗର ହାତବଢ଼େଇବା ସହ ଏହି ଟିମର ଅଶୋକ କୁମାର ଶୁକ୍ଳା ରାଜେଶ କୁମାର ସାହୁ ସୂର୍ଯ୍ୟନାରାୟଣ ଚୌଧୁରୀ ରାମଚନ୍ଦ୍ର ପଣ୍ଡା ପ୍ରମୁଖ ସହ ମୋଟ 18 ଜଣ ଉପସ୍ଥିତି ଥିଲେ ।

















