ବ୍ରହ୍ମପୁର,୧୮।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଲୋକନାଥ ନଗର ବଜାରରେ ରବିବାର ରାତିରେ କିଛି ଦୁର୍ବୃତ୍ତ ଫିଲ୍ମ ଷ୍ଟାଇଲରେ ଆତଙ୍କରାଜ ସୃଷ୍ଟି କରିଛନ୍ତି । ୫/୬ ଜଣ ଯୁବକ ହଠାତ ଖଣ୍ଡା ଓ ହକି ଷ୍ଟିକ ଧରି ବଜାର ଭିତରେ ତିନି ଜଣ ଯୁବକଙ୍କୁ ଅଣ୍ଡା ଆମ୍ ଲେଟ ଖାଉଥିବା ବେଳେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିବା ସହ ଷ୍ଟିକରେ ଆକ୍ରମଣ କରିଛନ୍ତି । ଏଥିରେ ତିନି ଜଣ ଗୁରୁତରଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକେଲ ସ୍ଥାନାନ୍ତରିତ କରାଯାଇଛି।କବିସୂର୍ଯ୍ୟନଗର ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
















