Monday, November 23, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡା ବ୍ଲକ ପରିଦର୍ଶନରେ ତିରିଶ ଜଣିଆ ପ୍ରତିନିଧି ଦଳ

ବାଲିଗୁଡା ବ୍ଲକ ପରିଦର୍ଶନରେ ତିରିଶ ଜଣିଆ ପ୍ରତିନିଧି ଦଳ

788
ADVERTISEMENT

କନ୍ଧମାଳ,୧୭ା୧୧(ଡି.ଏଚ/ ସୁରେଶ କୁମାର ପଣ୍ଡା) : କନ୍ଧମାଳରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଜିଆରଏସ ଓ ସରପଞ୍ଚ ତିରିଶ ଜଣିଆ ପ୍ରତିନିଧି ଦଳ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଗସ୍ତ କରି ମୋଡେଲ ଭାବେ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ କିପରି କାଯ୍ୟକାରୀ ହୋଇଥିଲା ସେ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ତରଫରୁ ବାଟାଗୁଡ଼ା ଓ ରୁତୁଙ୍ଗିଆ ଗ୍ରାମରେ ଥିବା ଚେକ ଡ୍ୟାମ, ଆମ୍ବ ଚାଷ ପ୍ରୋଜେକ୍ଟ ମୋଡେଲ ପଞ୍ଚାୟତ କାଯ୍ୟାଳୟ, ଏମଜିଏନଆରଇଜିଏସ ପକ୍ଷରୁ ହୋଇଥିବା ପୋଖରୀ, ମୋଡେଲ ଗଭୀରକୂପ ବୁଲି ଦେଖିଥିଲେ। ଏହି ମୋଡେଲକୁ ଅନୁସରଣ କରି ନିଜ ଜିଲ୍ଲାରେ କିପରି ଏହିଭଳି ପ୍ରୋଜେକ୍ଟ କରିହେବ ସେନେଇ ଅବଗତ ହୋଇଥିଲ। ପରେ ବ୍ଲକ ସମ୍ମୀଳନୀ କକ୍ଷରେ ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ସହକାରୀ ଯନ୍ତ୍ରୀ ଅଜୟ କୁମାର ପଣ୍ଡା ଏକ ଭିଡିଓ ମାଧ୍ୟମରେ ଉପସ୍ଥିତ ପ୍ରତିନିଧିଙ୍କୁ ବିଭିନ୍ନ ଯୋଜନା ସଂମ୍ପର୍କରେ ବୁଝାଇଥିଲେ। ବିଭିନ୍ନ ପ୍ରକଳ୍ପ ବୁଲି ଦେଖି ସନ୍ତୋଷବ୍ୟକ୍ତ କରିଥିଲେ ପ୍ରତିନିଧି ମଣ୍ଡଳୀ। ପ୍ରତିନିଧି ମଣ୍ଡଳୀର ଗସ୍ତ ସମୟରେ ସମସ୍ତ ବ୍ଲକ କର୍ମଚାରୀ ମଧ୍ୟ୍ୟ ଉପସ୍ଥିତ ଥିଲେ।

Advertisement