Sunday, November 22, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡ଼ା ଏନଏସି ଅଧକ୍ଷା ଓ ଉପାଧକ୍ଷ ଅନାସ୍ଥାରେ ଗୋଟିଏ ପଟେ କାଏମ : ଅନ୍ୟ...

ବାଲିଗୁଡ଼ା ଏନଏସି ଅଧକ୍ଷା ଓ ଉପାଧକ୍ଷ ଅନାସ୍ଥାରେ ଗୋଟିଏ ପଟେ କାଏମ : ଅନ୍ୟ ପଟେ ଉଚ୍ଚତମ ନ୍ୟାୟାଳୟର ସ୍ଥଗିତାଦେଶ

891
ADVERTISEMENT

ବାଲିଗୁଡ଼ା,୧୭ା୧୧(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ଦୀର୍ଘ ୨ ମାସ ହେଲା ଚାଲିଥିଲା ଅଧକ୍ଷା ଓ ଉପାଧକ୍ଷଙ୍କ ବିରୁଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଏହାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପ୍ରକଳ୍ପ ନିର୍ଦେଶକ ବିଶ୍ୱନାଥ ବାରିକ ଧାରା 1950/54ଅନୁଯାୟୀ ତଦନ୍ତ କରିବା ପରେ ଜିଲ୍ଲାପାଳ ଡ଼ି ବୃନ୍ଦା ଆଜି ଏହାର କାଉନ୍ସିଲରଙ୍କ ସଂଖ୍ୟା ଗରିଷ୍ଠତା କରିବା ପୂର୍ବରୁ ଅଧକ୍ଷା ମମତା ବେହେରା ଉଚ୍ଚତମ ନୟାଳୟରୁ ଡିସେମ୍ବର ୧0ପର୍ଯ୍ୟନ୍ତ ସ୍ଥଗିତା ଆଦେଶ ଆଣିବା ପରେ ଉପାଧକ୍ଷ ଲୋକନାଥ ପାଢ଼ୀଙ୍କ ଦିନ ୩ ଟା ସମୟରେ ଅନାସ୍ଥା ପାଇଁ ବାରଟି କାଉନ୍ସିଲରଙ୍କ ବିନା ଉପସ୍ଥିତରେ କାୟମ ରହିଯାଇଛି ଏହି ଅନାସ୍ଥା ପ୍ରସ୍ତାବରେ ବାଲିଗୁଡ଼ା ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଞ୍ଜିତ ଉପସ୍ଥିତ ରହି ଘୋଷଣା କରିଥିଲେ ଯାହାବି ହେଉ କଡ଼ା ସୁରକ୍ଷା ବଳରେ ଆଜି ଏହା ସମାପ୍ତ ହୋଇଯାଇଛି ବାଲିଗୁଡ଼ା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ ଆଜି ଏହା ଗର୍ବର ବିଷୟ ଯେହେତୁ ଆମ ବିରୁଦ୍ଧରେ ଜୋ କାଉନ୍ସିଲର ମାନେ ଏ ପ୍ରସ୍ତାବ ଆଣିଥିଲେ ସେମାନଙ୍କୁ ଲାଜ ଲାଗିବା କଥା ଏନେଇ ଅଧକ୍ଷା ଓ ଉପାଧକ୍ଷ କହିଛନ୍ତି ଅଧକ୍ଷା ଓ ଉପାଧକ୍ଷ ସମର୍ଥନରେ ବାଲିଗୁଡ଼ା ବିଜେଡ଼ିର ବହୁ କର୍ମୀଙ୍କ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ

Advertisement