Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ପୋଲିସଙ୍କ ଦ୍ଵାରା ମାଗଣା ସ୍ୱାସ୍ଥ୍ୟଶିବିର

ଗଜପତି ଜିଲ୍ଲା ପୋଲିସଙ୍କ ଦ୍ଵାରା ମାଗଣା ସ୍ୱାସ୍ଥ୍ୟଶିବିର

315
ADVERTISEMENT

ପାରଳାଖେମୁଣ୍ଡି,୧୭ା୧୧(ଡି.ଏଚ/ପ୍ରଭାତ କୁମାର ପାତ୍ର) : ଗଜପତି ପୋଲିସ ଦ୍ୱାରା ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଏସପି ସାରା ଶର୍ମା ଏହାକୁ ଉଦ୍‌ଘାଟନ କରିଥିଲେ । ରାଣୀପେଣ୍ଠ ଖ୍ରୀଷ୍ଠିୟାନ ଚକ୍ଷୁ ଡାକ୍ତରଖାନା ତରଫରୁ ଅଭିଜ୍ଞ ଚକ୍ଷୁ ଡାକ୍ତର ନିର୍ମଳା ରାଓ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏହି ଶିବିର ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଶତାଧିକ ଲୋକେ ଏହି ଶିବିରରେ ଚକ୍ଷୁ ଚିକିତ୍ସା କରି ମାଗଣାରେ ଓୋଷଧ ପାଇଥିଲେ । ପାରଳା ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ଏହାକୁ ପରିଚାଳନା କରିଥିଲେ ।

Advertisement