ବ୍ରହ୍ମପୁର,୧୬।୧୧(ଡି. ଏଚ/ହିମାଂଶୁ ପାଢ଼ୀ ) : ତତଲା ତେଲ କାଢାଇରେ ପୋଡିହୋଇ ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସିତ ହେଉଥିବା ଗୌରିଶଙ୍କର ମିଶ୍ରଙ୍କର ଆକୂଳ ନିବେଦନ ମୋର ଆବଶ୍ୟକ ଚିକିତ୍ସା କର ନଚେତ ମୋତେ ଇଚ୍ଛା ମୃତ୍ୟୁ ସକାଶେ ଅନୁମତି ଦିଅ ।ଏହି ନିବେଦନ ବିଭିନ୍ନ ଖବର କାଗଜରେ ବାହାରିଲା ପରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଏବଂ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ତୁରନ୍ତ ହସପିଟାଲ ଯାଇ କଣ ସାହାଯ୍ୟ ହୋଇପାରିବ ଦେଖିବା ନିଜେ ସାହାର୍ୟ୍ଯ କରିବା ସହ ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ସିଏ ଦେଶ ବାହାରେ ଅଛନ୍ତି ଏବଂ ମାନ୍ୟବର ବିଧାୟକଙ୍କ ବିଧାନସଭା ଚାଲିଥିବା ଯୋଗୁଁ ସିଏ ନିଜେ ଉପସ୍ଥିତ ରହି ପାରି ନଥିଲେ ।କିନ୍ତୁ ଦୁଇ ଜଣ ଉପରୋକ୍ତ ଜନ ପ୍ରତିନିଧି ଙ୍କ ଚେଷ୍ଟା ଫଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ମହୋଦୟ ଆଜି ସରକାରୀ ସହାୟତାର ହାତ ବଢାଇଛନ୍ତି ।ବର୍ତ୍ତମାନ ନଗଦ 10000 (ଦଶ ହଜାର ଟଙ୍କା,) ସହ ଉପଜିଲ୍ଲାପାଳ ମାଲେଶ୍ବର ପାତ୍ର ଏବଂ ନାଜିର ମନୋରଞ୍ଜନ ମିଶ୍ରଙ୍କ ହାତରେ ଆର୍ଥିକ ସହାୟତା ପଠାଇଛନ୍ତି ଏବଂ ଆଗକୁ ଯାହା ସାହାଯ୍ୟ ଆବଶ୍ୟକ ତାକୁ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
















