ବ୍ରହ୍ମପୁର,୧୬।୧୧(ଡି.ଏଚ/ଈ.ରଞ୍ଜନ): ଲୋଚାପଡ଼ା ସ୍ଥିତ ୱାଣ୍ଡର ଷ୍ଟ୍ରାଜ୍ ଗ୍ଲୋବାଲ୍ ପ୍ଲେ ସ୍କୁଲରେ ଆଜି ‘ବେଷ୍ଟ୍ ଆଉଟ୍ ଅଫ୍ ୱେଷ୍ଟ୍ ମ୍ୟାନେଜମେଂଟ୍’ ପ୍ରୋଗ୍ରାମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମଖ୍ୟତଃ ପରିବେଶ ସୁରକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ବ୍ୟବହାର୍ଯ୍ୟ ହୋଇଥିବା ସାମଗ୍ରୀକୁ ପୁନଃ ବ୍ୟବହାର କିପରି କରିବା ସେନେଇ କୁନି କୁନି ଶିଶୁ ମାନେ କରି ଦେଖାଇ ଥିଲେ । ପରିବେଶ ସ୍ୱଚ୍ଛତା କିପରି ରକ୍ଷା କରିବା ସେ ନେଇ ଏହି ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ବ୍ୟବହାର୍ଯ୍ୟ ବସ୍ତୁକୁ ପୁନଃ ବ୍ୟବହାର କରି ବିଭିନ୍ନ ସାମଗ୍ରୀରୁ ଅତି ସୁନ୍ଦର ଓ ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରିଥିଲେ । ପ୍ରଦର୍ଶନୀରେ କୁକୁଡ଼ାଖଣ୍ଡି ବ୍ଲକର ପୂର୍ବତନ ଚେୟାରମ୍ୟାନ୍ ଦିଲ୍ଲୀପ ପାତ୍ର ଉପସ୍ଥିତ ରହିଥିବା ବେଳେ ୱାଣ୍ଡର୍ ଷ୍ଟ୍ରାଜ୍ ପ୍ଲେ ଏଣ୍ଡ୍ ଗ୍ଲୋବାଲ୍ ସ୍କୁଲର ନିର୍ଦ୍ଦେଶକ ଦିବାକର ପାତ୍ର ଓ ନିର୍ଦ୍ଦେଶକ, ତ୍ରିବେଣୀ ପାତ୍ର, ଏଲ୍ ଗଣେଶ ଦାସ, ଏଲ୍ ପ୍ରଭାସ ଦାସ ଉପସ୍ଥିତ ଥିଲେ । ଏଥିରେ ଲୋଚାପଡ଼ା ଓ ଆଙ୍କୋଲି ୱାଣ୍ଡର୍ ଷ୍ଟ୍ରାଜ୍ ପ୍ଲେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ପ୍ରଦର୍ଶନରେ ଉପସ୍ଥିତ ରହି ଛୋଟ ଛୋଟ ଶିଶୁଙ୍କ ପ୍ରଦର୍ଶନୀ ସାମଗ୍ରୀ ଦେଖି ବେଶ୍ ଖୁସୀ ପ୍ରକଟ କରିଥିଲେ ।
















