ପହଞ୍ଚିଲା ଅଜିତ ସାହୁଙ୍କ ପାର୍ଥିବ ଶରୀର

206
ADVERTISEMENT

କାମାକ୍ଷାନଗର, ୨୦/୬(ଦୁନିଆ ହାଲଚାଲ ) : କାମାକ୍ଷାନଗର ବଡସୁଆଁଳ ଗାଁ ଜନ୍ମମାଟିରେ ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ପହଞ୍ଚିଲା । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଆଜି ଶେଷକୃତ୍ୟ କରାଯିବ । ଏହା ପୂର୍ବରୁ ସହିଦଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଛି । ଢେଙ୍କାନାଳ ମିନି ଷ୍ଟାଡିମୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ୧୨୦ ବାଟାଲିୟନକୁ ଅଜିତଙ୍କ ମରଶରୀରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନ୍ ର ରାଜ୍ୟପାଳ ଗଣେଶୀ ଲାଲ୍ ଉପସ୍ଥିତିରେ ଦିଆଯାଇଥିଲା । ବୀର ପୁଅକୁ ହରାଇ ପରିବାର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । 

Advertisement