Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

316
ADVERTISEMENT

ପାଟପୁର, ୨୦/୬(ଦୁନିଆ ହାଲଚାଲ ) : ବାରମ୍ବାର ଯୌତୁକ ଦାବି କରି ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ସତ୍ତ୍ଵେ ବି ଶେଷରେ ଶାଶୁଘର ଲୋକେ ମିଳିମିଶି ମୋ ଝିଅକୁ ଜୀବନରେ ମାରିଦେଲେ। ଏଭଳି ଘଟଣା ଘଟିଛି ପାଟପୁର ଥାନା ପୋଡ଼ାମାରୀ ଗ୍ରାମରେ । ଯୌତୁକ ପାଇଁ ନବବଧୂ ପ୍ରଭାସିନୀ ସାହୁ (୨୩)ଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଝିଅର ବାପା ରାଧାକୃଷ୍ଣ ସାହୁ ପାଟପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗର ଦୀର୍ଘ ୧୨ ଘଣ୍ଟା ପରେ ପାଟପୁର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଗ୍ରାମରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ୍‌କୁ ପଠାଇଥିବା ଜଣାପଡ଼ିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପୋଡ଼ାମାରୀ ଗ୍ରାମର ଦେବାଶିଷ ସାହୁ ୪ ଫେବୃଆରୀ ୨୦୧୮ରେ ବୈଦିକ ରୀତିନୀତି ଅନୁସାରେ ରାଧାକୃଷ୍ଣ ସାହୁଙ୍କ ଝିଅ ପ୍ରଭାସିନୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପ‌ରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ନବବଧୂ ପ୍ରଭାସିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନ ଦେଇ ବାପ ଘରକୁ ପଠାଇ ଦେଇଥିଲେ। କିଛିମାସ ବିତିଯିବା ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ହୋଇଥିଲା ଏବଂ ପ୍ରଭାସିନୀ ଶାଶୁଘରକୁ ଯାଇଥିଲେ। ଗତକାଲି ଅପରାହ୍ଣ ୪ଟା ବେଳେ ଶାଶୁଘର ଲୋକେ ହଠାତ୍‌ ଫୋନ୍‌ କରି ପ୍ରଭାସିନୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ରାମକୃଷ୍ଣଙ୍କୁ ଜଣାଇଥିଲେ। ଖବରପାଇ ରାମକୃଷ୍ଣ ପୋଡ଼ାମାରୀରେ ପହଞ୍ଚି ପ୍ରଭାସିନୀଙ୍କ ଶବ ଦେଖି ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍. ନଂ. ୧୧୮/୧୯ରେ ଏକ ମାମଲା ରୁଜୁ କରି ଆଜି ପୂର୍ବାହ୍ଣ ପ୍ରାୟ ୧୦ଟାରେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଗ୍ରାମରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡ଼ିକାଲ୍‌କୁ ପଠାଇ ବ୍ୟବ‌େଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଥିଲେ। ଅନ୍ୟ ପକ୍ଷରେ ପ୍ରଭାସିନୀ ଆତ୍ମହତ୍ୟା ଉଦ୍ୟମ ବେଳେ ଗୁରୁତର ଅବସ୍ଥାରେ ପ୍ରଭାସିନୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଶାଶୁଘର ଲୋକେ ସଫେଇ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ପ୍ରଭାସିନୀଙ୍କ ବଡ଼ମେଡ଼ିକାଲ୍‌ରେ ମୃତ୍ୟୁ ଘଟିଥିବା ବେଳେ ବିନା ବ୍ୟବଚ୍ଛେଦରେ ଶାଶୁଘର ଲୋକେ ଶବ ଆଣିଲେ କେମିତି ? ମୃତ୍ୟୁ ଖବର ପାଇବାର ଦୀର୍ଘ ୧୨ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପୁଲିସର ନିରପେକ୍ଷ ତଦନ୍ତ ନେଇ ସାଧାରଣରେ ପ୍ରଶ୍ନବାସୀ ସୃଷ୍ଟି ହେଉଛି।

Advertisement