ଜି.ଉଦୟଗିରି,୧୫-୧୧(ଡି.ଏଚ/ରାହୁଲ ଜେନା ) : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ଡି. ଏ. ଭି. ନିକଟସ୍ଥ ଜଙ୍ଗଲର ଏକ ମହୁଲ ଗଛରୁ ସନ୍ଦେହ ଜନକ ଅବସ୍ତାରେ ସଞ୍ଜୟ ନାୟକ ନାମକ ଜଣେ ୩୦ ବର୍ଷିୟ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ନିଲୁଙ୍ଗିଆ ଗ୍ରାମର ସଞ୍ଜୟ ନାୟକ ପରିବାର ସହ ମାମୁଁଘର କଳିଙ୍ଗା ଠାରେ ରହୁଥିଲେ । ଗତକାଲି ସକାଳୁ ରାଇକିଆ ସ୍ଥିତ ସୁଗଡ ବାଡ଼ି ଶଶୁର ଘରକୁ ଯାଇ ସନ୍ଧ୍ୟା ଯାଇଁ ଘରକୁ ନ ଫେରିବାରୁ ସ୍ତ୍ରୀ ରିନା ଖୋଜାଖୋଜି କରି ପାଇନଥିଲେ । ଆଜି ସକାଳୁ ଡି ଏ ଭି ନିକଟସ୍ଥ ଏକ ମହୁଲ ଗଛରେ ସଞ୍ଜୟର ମୃତ ଦେହ ଝୁଲୁଥିବା ଗ୍ରାମ ଲୋକେ ଦେଖି ଜି. ଉଦୟଗିରି ଥାନାକୁ ସୂଚନା ଦେଇଥିଲେ ଘଟଣା ସ୍ଥଳରେ ପୁଲିସ ପହଂଚି ମୃତ ଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପ୍ଲାଷ୍ଟିକର ପତଳା ସୁତୁଲିରେ ଶବ ଝୁଲୁଥିବା, ନାକ କାନରୁ ରକ୍ତ ବାହରି ଥିବା ଓ ପାଖରେ ମଦ ବୋତଲ ପଡିଥିବା ନେଇ ଏହା ହତ୍ୟା ନା ଆତ୍ମହତ୍ୟା ସାଧାରଣରେ ଚର୍ଚା ହେଉଥିବା ବେଳେ ପୋଲିସ ସୂତ୍ରରୁ କୌଣସି ସୂଚନା ମିଳିପାରିନାହିଁ ।
















