Sunday, November 22, 2026
ADVERTISEMENT
Home ଆଞ୍ଚଳିକ ବିଚାରାଧିନ କଏଦୀ ର ମୃତ୍ୟୁ

ବିଚାରାଧିନ କଏଦୀ ର ମୃତ୍ୟୁ

398
ADVERTISEMENT

ବ୍ରହ୍ମପୁର,୧୫-୧୧(ଡି.ଏଚ/ହିମାଂଶୁ ପାଢ଼ୀ ) : ଗଂଜାମ ଜିଲ୍ଲା ଅ।ସିକା ସବ-ଜେଲରେ ଆଜି ଜଣେ ବିଚାରଧିନ କଏଦୀର ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ଧରାକୋଟ ଥାନା ବାଦଗଡ ଗାଁର ଡାକ ସାହୁ ବୋଲି ଜଣାପଡିଥିବା ବେଳେ ଗଲା ପନ୍ଦର ଦିନ ତଳେ ବାଦଗଡ ଗାଁର ବହୁ ଚର୍ଚ୍ଚିତ ବାବୁ ପ୍ରଧାନ ହତ୍ୟା ଘଟଣାରେ ସେ ଗିରଫ ହୋଇ ଜେଲ ଯାଇଥିଲା । ତେବେ ଆଜି ହଠାତ ତାର ମୃତ୍ୟୁ ଘଟିଥିବା ବେଳେ ଆସିକା ମେଡିକାଲର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଆସିକା ଥାନା ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି, ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ । ତେବେ ମୃତ୍ୟୁର କାରଣ ସ୍ଵଷ୍ଟ ହୋଇନଥିବା ଜଣାପଡିଛି ।

Advertisement