Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାପାଳଙ୍କ ଜୀବନୀ ପୁସ୍ତକ “ଆଜିର ଦିନ ମୋର” ଉନ୍ମଚନ

ଗଞ୍ଜାମ ଜିଲ୍ଲାପାଳଙ୍କ ଜୀବନୀ ପୁସ୍ତକ “ଆଜିର ଦିନ ମୋର” ଉନ୍ମଚନ

426
ADVERTISEMENT

ବ୍ରହ୍ମପୁର,୧୫-୧୧(ଡି.ଏଚ/ଇ.ରଞ୍ଜନ ) : ବ୍ରହ୍ମପୁର ପୁସ୍ତକ ମେଳାର ୭ମ ସନ୍ଧ୍ୟା ଖଲିକୋଟ କଲେଜ ଷ୍ଟାଡିଅମ ମହାନଗର ପୁସ୍ତକ ମେଳା ଶୁଭ ସନ୍ଧ୍ୟା ସମୟରେ ପ୍ରତାପ ଚନ୍ଦ୍ର ସାହୁ ତତ୍ତ୍ୱlବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବରୁତ କୁଲାଙ୍ଗେ ଯୋଗଦେଇ ପ୍ରଦୀପଜ୍ବଳନ କରି ନିଜ ଜୀବନ କାହାଣୀର ରହସ୍ୟ ଲିଖିତ ପୁସ୍ତକ ମାଧ୍ୟମରେ ଦର୍ଶାଇ ପୁସ୍ତକ ମେଳାରେ “ଆଜିର ଦିନ ମୋର”ଓ ରବୀନ୍ଦ୍ର ପଣ୍ଡାଙ୍କ ଇଙ୍ଗଲିଶ ଗ୍ରାମାର କମ୍ପୋଜିସନ ପୁସ୍ତକକୁ ଜିଲ୍ଲାପାଳ କୁଲାଙ୍ଗେ ଅତିଥି ମାନଙ୍କ ଦ୍ୱାରା ଉନ୍ମଚନ କରି ସମାଜର ଅଗଣିତ ଲୋକଙ୍କୁ ପୁସ୍ତକ ଟିଏ ଦିଗଦର୍ଶନ ଦିଏ ବୋଲି ଉପସ୍ଥିତ ବୃଦ୍ଧିଯିବିଙ୍କ ନିକଟରେ ପ୍ରକାଶ କରିଥିଲେ l ଏବଂ ସହ ପୁସ୍ତକଟି ଉପଦେଶାତ୍ମକ ଘଟଣା କ୍ରମେ ଊର୍ଦ୍ଧିଷ୍ଟ ଅଛିବୋଲି ମତପ୍ରକାଶ କରିଥିଲେ l ସହରରେ ଏଭଳି ପୁସ୍ତକ ମେଳା ଆୟୋଜନ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବିବେଚନା କରିଥିଲେ l ଏହି ମଞ୍ଚର ସଂମ୍ମାନୀତ ଅତିଥି ରୁପେ ପିତବାସ ପଣ୍ଡା,ଅନ୍ୟତମ ଅତିଥି ରୂପେ ମୁନାଜେନା,ସମ୍ମାନୀତ ବକ୍ତାଭାବେ ପ୍ରଶାନ୍ତଦାସ, ଭଗବାନସାହୁ,ଓ ନରେଶ ବେହେରା,ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସଂସ୍କୃତି ପ୍ରେମୀ ପ୍ରାକ୍ତନ ବିଧାୟକ ଏନ.ନାରାୟଣ ରେଡି ଯୋଗଦେଇଥିଲେ ଓ ଅନ୍ୟାନ୍ୟ ଆଜିର ଅତିଥି ଦୀପ୍ତିମିତା ମହାପାତ୍ର, ବିକାଶ ପାତ୍ର, ନିହାର ରଞ୍ଜନ ଦାସ, ଅଜିତ ସାବତଙ୍କ ସମେତ ବିଶିଷ୍ଟ କର୍ମକର୍ତ୍ତା ଯୋଗଦେଇ ଛାତ୍ରୀ ମାନଙ୍କୁ ନେଇ ଓଡିଶୀନୃତ୍ୟ ଭଳି ବିଭିନ୍ନ ଡାନ୍ସ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

Advertisement