Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡାରେ ଶିଶୁ ଦିବସ ପାଳିତ

ବାଲିଗୁଡାରେ ଶିଶୁ ଦିବସ ପାଳିତ

387
ADVERTISEMENT

ବାଲିଗୁଡ଼ା,୧୫-୧୧(ଡି.ଏଚ/ଟିକି ଦଣ୍ଡିଆ) : ବିଶିଷ୍ଟ ରାଷ୍ଟ୍ର ନାୟକ,ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ବତ୍ସଳ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୦ତମ ପୁଣ୍ୟ ଜୟନ୍ତୀ ଅବସରରେ ଶିଶୁ ଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜ ନିଜ ଅନୁଷ୍ଠାନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଟାଉନର ବଜାର ଛକରେ ଥିବା ନେହେରୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଂଚି ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଦୀପ ଧୂପ ପ୍ରଜ୍ଜ୍ୱଳନ କରି ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ପୂର୍ବାହ୍ନରେ  ବିଦ୍ୟାଳୟ ଗୁଡିକରେ ଏକ ସଭାର ଆୟୋଜନ ହୋଇଥିଲା l  ଏଥିରେ ବିଦ୍ୟାଳୟର ରଜନୀ କାନ୍ତ ଦାସ, ପବିତ୍ର ମୋହନ ପାଢ଼ୀ, ବଂଶୀଧର ପଣ୍ଡା,ପ୍ରଦୀପ କୁମାର ପଣ୍ଡା, ଶିଶିର କାନ୍ତ ଦାସ, ଆର୍ତ୍ତଚନ୍ଦ୍ର ଖଟୁଆ,ପ୍ରହଲ୍ଲାଦ ପ୍ରସାଦ ଲେଙ୍କା, ପ୍ରମୁଖ ଉପସ୍ଥିତ ରହି ନେହେରୁଙ୍କ ଜୀବନୀ ଓ କିପରି ଶିଶୁ ପ୍ରୀତି ଥିଲେ, ସେ ନେଇ ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ l ପରେପରେ ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ବଂଶୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Advertisement