Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଗୁଣି ସନେ୍ଦହରେ ବୃଦ୍ଧଙ୍କୁ ହତ୍ୟା ଘଟଣା କଟାମୁଣ୍ଡ, କାତି ସମେତ ଦୁଇ ଗିରଫ

ଗୁଣି ସନେ୍ଦହରେ ବୃଦ୍ଧଙ୍କୁ ହତ୍ୟା ଘଟଣା କଟାମୁଣ୍ଡ, କାତି ସମେତ ଦୁଇ ଗିରଫ

564
ADVERTISEMENT

ମୋହନା,୧୫-୧୧(ଡି.ଏଚ/ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୂ ପଂଚାୟତ ନିକଟସ୍ଥ ଭାଲିଆସାହି ଗ୍ରାମରେ ଗୁଣି ସନେ୍ଦହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ସମେତ ନଦୀ ପଠାରୁ କଟାମୁଣ୍ଡ ଓ ଏକ ଲଟା ବୁଦାରୁ କାତି ମୋହନା ପୁଲିସ ଜବତ କରିଛି । ଘଟଣାରୁ ପ୍ରକାଶ ଉକ୍ତ ପଂଚାୟତର ଭାଲିଆସାହି ଗ୍ରାମର ଦାସୁ ମଳିକ (୬୫) ବିଭିନ୍ନ ଚେରମୂଳ ଔଷଧ ଦେଇ ରୋଗ ଭଲ କରୁଥିଲେ । କିନ୍ତୁ ବେଣୀପଦର ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ସାନୁଜ ମଳିକ (୨୬) ଓ ନାବାଳକ ସରୋଜ ମଳିକ (୧୬) ତାଙ୍କୁ ଗୁଣି ସନେ୍ଦହରେ ମକାବାଡରେ ନିର୍ମମ ଭାବେ ଗଣ୍ଡିରୁ ମୁଣ୍ଡ ଅଲଗା କରି ହାଣିଦେବା ସହିତ କଟାମୁଣ୍ଡକୁ ନିକଟସ୍ଥ ଏକ ନଦୀ ପଠାର ବାଲିରେ ପୋତି ଦେଇଥିବା ବେଳେ କିନ୍ତୁ କାତିଟିକୁ ମକାବାଡ ନିକଟ ଏକ ଲଟାବୁଦା ମଧ୍ୟରେ ଲୁଚାଇ ରଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମୋହନା ପୁଲିସ ଅଧିକାରୀ ସୁଜିତ କୁମାର ନାୟକ, ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଓ କର୍ମଚାରୀମାନେ ମିଳିତ ଭାବେ ଛାନଭୀନ କରିବା ପରେ ଗୁରୁବାର ସକାଳେ କଟାମୁଣ୍ଡ ଓ କାତି ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ମହାନ୍ତି ପ୍ରେସ ମିଟ୍ ଜରିଆରେ ମୋହନା ଥାନାରେ ସୂଚନା ପ୍ରଦାନ କରିଛନ୍ତି ।

Advertisement