ବ୍ରହ୍ମପୁର,୧୩/୧୧(ଡି.ଏଚ/ହିମାଂଶୁ ପାଢ଼ୀ ): ଭାରତୀୟ ସମବାୟ ସପ୍ତାହ ପାଳନ ଉପଲକ୍ଷେ ସମବାୟ ବିଭାଗ ତରଫରୁ ଏକ ବକ୍ତୃତା ପ୍ରତିଯୋଗିତା ଓ ଆଲୋଚନା ଚକ୍ର ରାଜସ୍ୱ ବଙ୍ଗଳା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସମବାୟ ବିଭାଗର ଉପନିବନ୍ଧକ ଶ୍ରୀ ବିଶ୍ୱରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ସନାତନ ସଂଗ୍ରାମ ସିଂ,ନିର୍ଦ୍ଧେଶକ ଓଡିଶା ରାଜ୍ୟ ସମବାୟ ସଙ୍ଘ ଭୁବନେଶ୍ଵର ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ କମଳ କାନ୍ତ ମିଶ୍ର . ସହକାରୀ ସମୀକ୍ଷକ ସମବାୟ ବ୍ରହ୍ମପୁର ସର୍କଲ ଓ ସମ୍ମାନୀୟ ଅତିଥି ଶ୍ରୀ ଶିବପ୍ରସାଦ ସ୍ୱାଇଁ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ.ବ୍ରହ୍ମପୁର ଯୋଗ ଦେଇ ଆଗାମୀ ଦିନରେ ସୋମବାୟର ଉନ୍ନତି କିପରି ଉପଯୋଗି ହେବ ଓ ସରକାରଙ୍କ ୫ଟି ଉପରେ ସମବାୟ ବିଭାଗର ଅଧିନସ୍ତ ସମସ୍ତ ସମବାୟ ଅନୁଷ୍ଠାନମାନେ ମାନବ ସମାଜର ମଙ୍ଗଳ କାର୍ଯ୍ୟରେ ସେବା ଦେଇପାରିବ l ଉତ୍ସବରେ ଗଂଜାମ ଜିଲ୍ଲର ପ୍ରାୟ ୨୫ ଗୋଟି ସ୍କୁଲ ଓ କଲେଜ ମଧ୍ୱରେ ୨୩ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବିଶ୍ୱଜିତା ଦାସ ଟ ୫000ଙ୍କା ଓଡିଶା ଆଦର୍ଶ ବିଦ୍ୟାଳୟ, କବିସୂର୍ଯ୍ୟନଗର, ତୃତୀୟ ସ୍ଥାନ ତପନ ପଟନାୟକ ଟି୩000ଙ୍କା,ଜ୍ଞାନ ବିକାଶ ଜୁନିୟର କଲେଜେ, ଗୋବିନ୍ଦ ପୁରଓ ତୃତୀୟ ସ୍ଥାନ ଶ୍ରୀକାନ୍ତ ପାଣିଗ୍ରାହୀ ତ୨000ଙ୍କା କୁଇନ ଅଫ ଦା ମିଶନ ହାଇ ସ୍କୁଲ, ବ୍ରହ୍ମପୁରକୁ ଚେକ ପ୍ରଦାନ କରାଯାଇଛି l ସମସ୍ତ ପ୍ରତିଯୋଗିତା ଛାତ୍ର ଛାତ୍ରୀମାନେ ସମବାୟର ଗୁରୁତ୍ୱ ଓଡ଼ିଶାରେ କିପରି ବିନିଯୋଗ ହେଲେ ସମସ୍ତଙ୍କର ଅର୍ଥନୈତିକ ଉନ୍ନତି ହୋଇପାରିବେ l ଉକ୍ତ ଆଲୋଚନା ଚକ୍ରରେ ସମବାୟ ଵିଭାଗ ତରଫରୁ ସମସ୍ତ ଅଫିସର କ୍ଷେତ୍ର ଅଧିକାରୀ ଓ ସମସ୍ତ ସମ୍ପାଦକ ମାନେ ଯୋଗ ଦେଇଥିଲେ l ସର୍ବଶେଷରେ ସମବାୟ ପରିଚାଳନା କେନ୍ଦ୍ରର ଅଧ୍ୟାପକ D. କ୍ରିଷ୍ଣାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ l
















