କୋଟଗଡ଼,୧୩/୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିକରମାହା ଆଜିକୁ ପ୍ରାୟ ଏକ ବର୍ଷ ହେବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ହେଲାଣି କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ କିଏ ଡାକ୍ତର କିଏ ଫର୍ମାସିଷ୍ଟ ଏନେଇ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି ଗ୍ରାମବାସୀ ଯେତେବେଳେ ଲୋକ ଆସନ୍ତି ମେଡ଼ିକାଲରେ ତାଲା ଝୁଲୁଛି କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଟିମ ଆସିବେ ବୋଲି କନ୍ଧମାଳ ଜିଲ୍ଲାରେ ଥିବା ମେଡ଼ିକାଲର ରୂପ ରଙ୍ଗ ବଦଳିଦିଆ ଯାଇଛି ହେଲେ ଡାକ୍ତର ସମସ୍ୟା ସବୁ ବ୍ଲକରେ ଅଛି ଏହାର ସମାଧାନ କରାଗଲେ ଭଲ ହୁଅନ୍ତା ଏହି ମେଡ଼ିକାଲକୁ ପ୍ରାୟ ପାଞ୍ଚ ହଜାର ଉର୍ଦ୍ଧ ଲୋକ ଭରସା କରନ୍ତି କିନ୍ତୁ ଏମାନଙ୍କ ଦୁଃଖ ବୁଝୁଛି କିଏ ପ୍ରଶାସନଙ୍କୁ ଗ୍ରାମବାସୀ ତରଫରୁ ଅନୁରୋଧ ଏହାର ସମସ୍ୟା ତୁରନ୍ତ କରନ୍ତୁ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି
















