ବ୍ରହ୍ମପୁର,୧୩/୧୧(ଡି.ଏଚ/ସୁଦାମ ମହାରଣା ) : ପାଟପୁର ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଅଜୟ କୁମାର ବାରିକ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏହା ପୂର୍ବରୁ ଶ୍ରୀ ବାରିକ ଗଜପତି ଜିଲ୍ଲା ଅଡବା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଏଠାକାର ଥାନା ଅଧିକାରୀ ରମେଶ ପ୍ରଧାନଙ୍କୁ ସୋରଡା ଥାନାକୁ ବଦଳି ହୋଇଛି । ଦ୍ବିତୀୟ ଥର ପାଇଁ ଏହି ଥାନା ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବାର ଗୌରବ ହାସଲ କରିଛନ୍ତି । ତଦନ୍ତ କାରି ଅଫିସର ଭାବେ ପୋଲିସ ଡିଜିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ସେ ପ୍ରତିକ୍ରିୟାରେ କହିଛନ୍ତି, ମହିଳା, ଶିଶୁ , ବରିଷ୍ଠ ନାଗରିକ ,ଗରିବ ସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅପରାଧ ଦମନ ଓ ମୋ ସରକାର କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପ୍ରାଥମିକତା ଦିଆଯିବ।
















