Monday, November 23, 2026
ADVERTISEMENT
Home ଆଞ୍ଚଳିକ ଆମିଶ ବଜାର ବେପାର ଜମିଲା

ଆମିଶ ବଜାର ବେପାର ଜମିଲା

273
ADVERTISEMENT

ବ୍ରହ୍ମପୁର,୧୩/୧୧(ଡି.ଏଚ/ହିମାଂଶୁ ପାଢ଼ୀ) : ଦୀର୍ଘ ଏକମାସର ଘାଟା ବେପାର ପରେ ହସି ଉଠିଛି ଆମିଶ ବଜାର। ସବୁଠି ଉଲ୍ଲାସର ସହ ଲୋକେ ପାଟିରେ ଦେଇଛନ୍ତି ଟିକିଏ ଆମିଶ । କାର୍ତ୍ତିକ ମାସର ବ୍ରତ ଉଦଯାପନ ପରେ ଆଜି ଛାଡଖାଇ ପାଳିଛନ୍ତି ରେଶମ ସହର ବାସିନ୍ଧା । ସହରର ଗେଟବଜାର,କମାପଲ୍ଲୀ ଆମିଶ ବଜାରରେ ନାହିଁ ନଥିବା ଭିଡ ପରିଲଖିତ ହୋଇଥିଲା । ମାଛ ୧୬୦,ଚିକେନ ୨୨୦,ମଟନ ଦର ୫୦୦ରୁ ଉର୍ଦ୍ଧ୍ଵ ରହିଛି,ତଥାପି ଲୋକେ ବୋହିନେଇଛନ୍ତି । କିଛି ଲୋକେ ଦର ଅଧିକା ଥିବାରୁ ଅସନ୍ତୋଷ ଜାହିର କରିଛନ୍ତି କିନ୍ତୁ ମାସ ସାରା ଆମିଶ ଖାଇନଥିବାରୁ ପରିବାର ବର୍ଗଙ୍କ ପାଇଁ ନେବାକୁ ବାଧ୍ୟ ବୋଲି କହିଛନ୍ତି।

Advertisement