ବ୍ରହ୍ମପୁର,୧୩/୧୧(ଡି.ଏଚ/ଗୁରୁପ୍ରସାଦ ) : ଆଜି ପବିତ୍ର କାର୍ତ୍ତିକ ପର୍ଣ୍ଣିମା ଅବସରରେ ମହୁରୁମଣ୍ଡଳ ହଳଦିଆ ବଶ୍ୟ ସମାଜ ତରଫରୁ ସାଧବ କୁଳର ପରମ୍ପରା ଅନୁଯାୟୀ “ବୋଇତ ବନ୍ଦାଣ ଉତ୍ସବ” ଅନୁଷ୍ଠିତ ହୋଯାଇଅଛି। ପୂର୍ବ ପୁରୁଷ ମାନେ ଆଜିର ଦିନରେ ବୋଇତ ନେଇ ବ୍ୟବସାୟ ଉଦ୍ଦେଶ୍ୟରେ ଜୱା,ସୁମାତ୍ରା, ମାଳଦିପ ଇତ୍ୟାଦି ବିଦେଶକୁ ଜଳ ଯାତ୍ରା କରୁଥିଲେ । ଏହାକୁ ମନେ ପକାଇ ଆଜି ଏହି ବୋଇତ ବନ୍ଦାଣ ଉତ୍ସବ ପାଳନ କରୁଅଛୁ ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ କବିରାଜ ସାହୁ ମୁଖ୍ୟ ଓ ସମ୍ମାନୀୟ ଅତିଥି ଭାବେ ପୂର୍ବତନ କୋର୍ପୋରେଟର ରାକେଶ ସାହୁ, ଲୋଚା ପଡା ଗ୍ରାମର ସମାଜ ସେବୀ ସୁଶାନ୍ତ କୁମାର ସାହୁ,ନାରାୟଣ ସାହୁ,ଶିବରାମ ସାହୁ, ରବୀନ୍ଦ୍ର କୁମାର ସାହୁ ଓ ମିଟୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମାଜ ତରଫରୁ ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ସାହୁ ଅଞ୍ଚଳ ଉପ – ସଭାପତି ନାରାୟଣ ସାହୁ,ମଧୁସୂଦନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିଥିଲେ । ଏଥିରେ ମହୁରୀ ମଣ୍ଡଳର ସମସ୍ତ ଅଞ୍ଚଳର ଲୋକ ଯୋଗ ଦେଇଥିଲେ ।


















