Tuesday, November 24, 2026
ADVERTISEMENT
Home ଆଞ୍ଚଳିକ କାର୍ତିକ ଶେଷ ସୋମବାର: ଶୈବପୀଠ ପାଲଟିଲା ଜନସମୁଦ୍ର

କାର୍ତିକ ଶେଷ ସୋମବାର: ଶୈବପୀଠ ପାଲଟିଲା ଜନସମୁଦ୍ର

363
ADVERTISEMENT

ହିଞ୍ଜିଳିକାଟୁ,୧୨/୧୧ (ଡି.ଏଚ/ଶେଷଦେବ ସାହୁ): ଧର୍ମ ଅର୍ଜନର ମାସ କାର୍ତିକ ଶେଷ ସେମାବାର ଅବସରରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଓ ପୂଜାର୍ଚ୍ଚନା ସକାଶେ ଅନୁମତି ଦିଆଯାଇଥିଲା । ଦେବ ଦମ୍ପତିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମହିଳା ଓ ପୁରୁଷ ଭକ୍ତ ମାନଙ୍କ ମନ୍ଦିର ସମ୍ମୁଖରେ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା । ଦିନ ତମାମ ଶୈବପୀଠ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗି ରହିବା ସହ ହର ହର ମହାଦେବ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ପଡ଼ିଥିଲା । ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଂଜିଳିର ସ୍ୱପ୍ନେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ନୁଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶିବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଅାଁବୁରୁପୋଡ଼ାର ମୁଦୁକେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର ସମେତ ନିକଟବର୍ତି ସାରୁ, ମକରଝୋଳ, ସମରଝୋଳ, ପୋଚିଲିମା, କଂଚୁରୁ, ଦୁର୍ବନ୍ଧ, ସିକିରି, ରାଳବ, ଶାସନଆମ୍ବଗାଁ, ନନ୍ଦିକ, ପୁଟିଆପଦର, ବାଳକୃଷ୍ଣପୁର, ଭାବନ୍ଧ ପ୍ରମୁଖ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକରେ ହରହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ବହୁ ଭକ୍ତ ଶୈବପୀଠ ପରିସରରେ ହବିଷାନ୍ନ ବ୍ୟଂଜନ ପ୍ରସ୍ତୁତ କରି ପ୍ରସାଦ ସେବନ କରିଥିଲେ । ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବକ ମାନଙ୍କ ପକ୍ଷରୁ ବ୍ୟାପକ ସୁବନେ୍ଦାବସ୍ତ ଗ୍ରହଣ କରାଯାଇଥିଲା ।

Advertisement