ବୋରିଗୁମ୍ମା,୧୨/୧୧ (ଡି.ଏଚ/ଦୟାନିଧି ପଟନାୟକ ): କୋରପୁଟ ଜିଲା ବୋରିଗୁମ୍ମା ବ୍ଲକ ଖୁପିଆ ଗ୍ରାମ ନିକଟରେ ଥିବା କାଜୁ ବାଡରେ ଏକ କାଜୁ ଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଛି ବୋରିଗୁମ୍ମା ପୋଲିସ । ଆଜି ସକାଳ 11ଘଣ୍ଟା ସମୟରେ ଗ୍ରାମର କିଛି ଯୁବକ ଝୁଲନ୍ତା ଶବଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଥିବା ବେଳେ ମୃତ ବ୍ୟକ୍ତିର ପରିଚୟ ଜଣାପଡିନାହିଁ । ଅନ୍ୟ ପଟେ ଶବର ଶରୀର ବିଭିର୍ଣ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଆତ୍ମ ହତ୍ୟା ନା ହତ୍ୟା ତାହ ସ୍ୱଷ୍ଟ କରିବା ପାଇଁ ଘଟଣା ସ୍ଥଳରେ ଅନୁସନ୍ଧାନୀ କୁକୁର ଶହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ତଦନ୍ତ ପରେ ହିଁ ସ୍ୱଷ୍ଟ ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

















