Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ହବିଷ ଉପଲକ୍ଷେ ଅର୍ଣ୍ଣ ବଣ୍ଟନ

ହବିଷ ଉପଲକ୍ଷେ ଅର୍ଣ୍ଣ ବଣ୍ଟନ

291
ADVERTISEMENT

କନ୍ଧମାଳ,୧୨/୧୧ (ଡି.ଏଚ/ସୁରେଶ କୁମାର ପଣ୍ଡା) : କାର୍ତ୍ତିକ ମାସରେ ବେକାର ଯୁବକ ଯୁବତୀ ମାନଙ୍କ ଦ୍ୱାରା ହବିଷ ଉପଲକ୍ଷେ ଅର୍ଣ୍ଣ ବଣ୍ଟନ । ଆଜିକାଲିର ଦୁନିଆରେ ଯୁବପୀଢ଼ି ସମାଜ ମଉଜ ମଜଲିସ୍, ସଙ୍ଗୀତ, ନାଚଗୀତ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟସ୍ତରହି ନିଜ ପିତାମାତାଙ୍କୁ ଭୁଲିଯାଇ ଥାନ୍ତି। ଯେଉଁ ପିତାମାତାଙ୍କ କାନ୍ଧରେ ସେ ପିଲା ପାଦ ଥାପି ବଡ଼ ହୋଇଥାଏ କାର୍ତ୍ତିକ ମାସରେ ବେକାର ଯୁବକ ଯୁବତୀ ମାନଙ୍କ ଦ୍ୱାରା ହବିଷ ଉପଲକ୍ଷେ ଅର୍ଣ୍ଣ ବଣ୍ଟନ । ସେ,ଦିନ ଆସିଲେ ଗୋଡରେ ଆଡେଇ ଦେଇ ତାଙ୍କୁ ବୃଦ୍ଧବୃଦ୍ଧା ଆଶ୍ରମରେ ଛାଡି ଦେଇ ଆସିଥାନ୍ତି, କେବେ ମଧ୍ୟ ଭଲମନ୍ଦ ପଚାରି ବୁଝି ନ ଥାନ୍ତି l   କିନ୍ତୁ ଏମିତି ବି କିଛି ଯୁବକ ଯୁବତୀ ସମାଜରେ ଅଛନ୍ତି ,ଯେଉଁ ମାନେ କି’ ଆଜି ଏହି ମାନଙ୍କ ମୁହଁରେ ହସ ଫୁଟାଇ ପ୍ରଶଂସା ରପାତ୍ର ହୋଇ ପାରିଛନ୍ତି। ଏହିଭଳି ଘଟଣା ବାଲିଗୁଡା ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଥିବା ଜରା ନିବାସରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳର କିଛି ବେକାର ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଜ୍ୟୋତିମୟୀ ପାଣିଗ୍ରାହୀ,ପ୍ରତିଶୃତି ପ୍ରଧାନ,ଦୀପ୍ତିଶିଖା ଆଚାରି, ମୋହନ ଡାକୁଆ, ଓ ଶିବଶଙ୍କର ପାଣିଗ୍ରାହୀ,  ନିଜର ପକେଟ୍ ମନିରୁ ଚାନ୍ଦା କରି ୨୨ ଜଣ ଅନ୍ତେବାସୀଙ୍କୁ ହବିଷ ଅର୍ଣ୍ଣ ନିଜେ ରାନ୍ଧି ଖାଇବାକୁ ଦେବାସହ ଫଳ ଓ ବିସ୍କେଟ୍ ପ୍ରଦାନ କରିଛନ୍ତି। କାର୍ତ୍ତିକ ମାସରେ ସମସ୍ତେ ମନ୍ଦିର ଯାଇ ଠାକୁର ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ବେଳେ ସେମାନେ ଚଳନ୍ତି ଠାକୁର ମାନଙ୍କର  ସେବା କରି ପୁଣ୍ୟ ଅର୍ଜନ କରିଛୁ l ଏବଂ ଏହିଭଳି ସେବାକାର୍ଯ୍ୟ ନିୟମିତ ବଜାୟ ରଖିବୁ ବୋଲି ଜ୍ୟୋତି ମୟୀ ପାଣିଗ୍ରାହୀ କହିଛନ୍ତି ।

Advertisement