ତୁମୁଡ଼ିବନ୍ଧ,୧୨/୧୧ (ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ଼ ଠାରେ ଏକ ମୋଟର ସାଇକଲ ଗଛରେ ପିଟି ହୋଇଥିଲା । ଫଳରେ ଗାଡ଼ିରେ ବସିଥିବା ଲୋକର ଗୋଡ଼ ଗଛରେ ବାଜିଥିଲା ଗୋଡ଼ଟି ଭାଙ୍ଗିଯାଇଛି ଓ ଚଳାଉଥିବା ଲୋକ ଗୁରୁତର ଆହାତ ହୋଇଛନ୍ତି ଏହି ୨ ଜଣ ମାଙ୍ଗାପାଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡ୍ରାଗୁଡ଼ା ଗ୍ରାମର ବାଣ୍ଡେ ମାଝୀ ଓ ଅନ୍ୟ ଜଣକ ସାମନ୍ତ ମାଝୀ ଗୋଟିଏ ପରିବାରର ଏମାନେ ପରମପାଙ୍ଗା ଯାଉଥିଲେ ଘଟଣା ସ୍ଥଳରେ ଆମ୍ବଲାନ୍ସ ପହଂଚି ଆହାତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

















