Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମହାନଗର ପୁସ୍ତକ ମେଳାରେ ପୁସ୍ତକ ମେଳାରେ କବିତା ପାଠ ଉତ୍ସବ

ମହାନଗର ପୁସ୍ତକ ମେଳାରେ ପୁସ୍ତକ ମେଳାରେ କବିତା ପାଠ ଉତ୍ସବ

350
ADVERTISEMENT

ବ୍ରହ୍ମପୁର,୧୧/୧୧ (ଡି.ଏଚ/ଇ.ରଞ୍ଜନ ) : ମହାନଗର ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ କବିତା ପାଠ ଉତ୍ସବ ଓ ସାହିତ୍ୟ ଆଲୋଚନା ହୋଇଥିଲା ।ଓଡ଼ିଶାରେ ବିଶିଷ୍ଟ କବି ଧନଜ୍ଞୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବ୍ରହ୍ମପୁର ସହର ଏକ ନୀତି ପରମ୍ପରାର ସମ୍ପୂର୍ଣ ସହର ବୋଲି ଦର୍ଶାଇ ଥିଲେ । ଏହି ସହରରୁ ଅନେକ କବି,ସାହିତ୍ୟିକ ମାନେ ଓଡ଼ିଆ ସାହିତ୍ୟକୁ ସୁଦୃଢ଼ କରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ସମାଜ ସେବି ଭାଗିରଥି ମହାରଣା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳାର ବହୁବିଧ ଆଲୋଚନା କରିଥିଲେ । ସେହିପରି ବରିଷ୍ଟ ସାହିତ୍ୟିକ ପ୍ରାବନ୍ଧିକ ନିଖିଳା ନନ୍ଦ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବ୍ରହ୍ମପୁର ସହରରେ ପୁସ୍ତକ ମେଳାର ଇତିହାସ ଓ ପରମ୍ପରା ସମ୍ପର୍କରେ ଦର୍ଶାଇଥିଲେ । ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଗୌରଚନ୍ଦ୍ର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଅନୁଷ୍ଠାନର ସଭାପତି ସୁଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ପୁସ୍ତକ ମେଳା କବିତା ସମ୍ମାନ କବି ଧନଞ୍ଜୟ ସ୍ୱାଇଁଙ୍କୁ ପୁସ୍ତକ ମେଳା ଗଳ୍ପ ସମ୍ମାନ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏଥି ସହ ଏକ କବିତା ପାଠ ଉତ୍ସବ ଆୟୋଜନ ହୋଇଥିଲା, ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଲେଖକ ତ୍ରିନାଥ ନାୟକ ମୁଖ୍ୟ ଅତିଥି,କବି ଉମା ଚରଣ ମିଶ୍ର ମୁଖ୍ୟ ବକ୍ତା, ଶ୍ରୀମତୀ ଦିପ୍ତୀମିତ ମହାପାତ୍ର ସମନ୍ୱିତ ଅତିଥି ଦୀପ୍ତିରେଖା ମିଶ୍ର ଓ ସୁନନ୍ଦା ଚୌଧୁରୀ ସଂଯୋଜନା ଭାବେ ମଞ୍ଚାସିନ ଥିଲେ । ଏହି ଅବସରରେ 40 ଜଣ କବି କବିତା ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସତ୍ୟମ ଆଚାରି କପିଳ ଚନ୍ଦ୍ର ମହାନ୍ତି ନିହାର ରଞ୍ଜନ ଦାସ, ବାଲ୍ମୀକି ମହାପାତ୍ର, ସପ୍ତମୀତ ଦାସ ,କପିଳ ମହାନ୍ତି , ନରେଶ ବେହେରା, ବିକାଶ ରଞ୍ଜନ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।ସୁଧାଞ୍ଜଳି ମିଶ୍ର ପ୍ରମ୍ଭିକ ସଂଗୀତ ପରିବେସଣ କରିଥିବା ବେଳେ ଅଜିତ ସାବତ ଧନ୍ୟବାଦ ଅର୍ପଣ କରିଥିଲେ । ମହାନଗର ପୁସ୍ତକ ମେଳା ଆସନ୍ତା 17 ତାରିଖ ଯାଏଁ ଚାଲୁ ରହିବ ।

Advertisement