ବ୍ରହ୍ମପୁର,୧୧/୧୧ (ଡି.ଏଚ/ସଞ୍ଜୟ ବିଶ୍ୱାଳ ) : ସାବାର୍ଡ଼ ଓକିଲ ସଙ୍ଘର ସ୍ୱତନ୍ତ୍ର ଅଧିବେଶନ ଗୀତ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ କାର୍ତ୍ତିକ ମାସ ଉପଲକ୍ଷେ ଗରିବ ଭିକାରି ମାନଙ୍କୁ ଅନ୍ନବସ୍ତ୍ର ଦାନ କରିବା ସହିତ କମ୍ବଳ ବଣ୍ଟନ କରାଯାଇଥିଲା । ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ଣ୍ଣିତି ଭ୍ରଷ୍ଟାଚାର ବିରୁଧରେ ୧0 ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ଓଡିଶା ଲୋକପାଳଙ୍କ ନିକଟକୁ ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ସେହି ଦାବି ଗୁଡିକ ମଧ୍ୟରେ ଥିଲା ତାରାତାରିଣୀ ମନ୍ଦିରର ସମସ୍ତ ସମସ୍ୟା ଦୂର କରିବା ସହିତ ଏଥିରେ ଅବହେଳା କରୁଥିବା ପ୍ରଶାସନିକ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଚିଟଫଣ୍ଡ ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରସ୍ତ, ଭିଜିଲାନ୍ସ ବିଭଗକୁ ଆର୍ଟିଆଇ ଅନ୍ତର୍ଭୁକ୍ତ କରାଯିବା ,ମହିଳା କମିଶନ ଭଳି ନ୍ୟାୟ ପାଇବା ପାଇଁ ପୁରୁଷ କମିଶନ ଗଠନ, ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯଥାଶୀଘ୍ର ତିତଲୀ ଓ କାଳିଆ ଯୋଜନାର ସହାୟତା ରାଶି ପ୍ରଦାନ ଓ ଗୀତ ଭବନ ଭଳି ଧାର୍ମିକ ଅନୁଷ୍ଠାନରେ ଚାଲିଥିବା ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ତୁରନ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଇତ୍ୟାଦି ଦାବି କରାଯାଇଛି ।
















