ବ୍ରହ୍ମପୁର,୧୧/୧୧ (ଡି.ଏଚ/ଇ.ରଞ୍ଜନ ) : ବ୍ରହ୍ମପୁର ଠାରୁ ହିଞ୍ଜିଳି ମୁଖ୍ୟ ରାସ୍ତାରେ ଧୂଆଁ ପତ୍ର କାରଖାନା ଥିବାରୁ ସେହି ରାସ୍ତା ଦେଇ ହଜାର ହଜାର ଜନ ସାଧରଣ ଯିବା ଆସିବା କରୁଥିବା ବେଳେ କାରଖାନାରୁ ନିର୍ଗତ ବାଷ୍ଫରେ ଜନସାଧାରଣ ଅଣ ନିଶ୍ୱାସୀ ହେଉଥିବା ଜଣାପଡିଛି l ଅତ୍ୟଧିକ ଗୁଟଖା ପାଉଡର ମାନପ୍ରସ୍ତୁତି ହେଉଅଛି ତାହାକୁ ରୋକିବା ପାଇଁ ସାଧାରଣ ପତିକ୍ରିୟା ସାଧାରଣ ଲୋକଠାରୁ ସୃଷ୍ଟି ହଇଛି କାରଣ ରାଜପଥ କଡ଼ରେ ଧୂଆଁ ପତ୍ର କାରଖାନା ରହିଥିବା ସେଠାକାର ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହେଉଅଛି l ବ୍ରହ୍ମପୁର ଅନ୍ତର୍ଗତ ରତ୍ନପୁର ଏବଂ କୁକୁଡ଼ାଖଣ୍ଡି ଠାରେ ରାଜ୍ୟରାଜପଥ ବା ଆସ୍କା ରୋଡ କଡରେ ରହିଥିବା ଶ୍ରୀରଘୁନାଥ ଏଣ୍ଟ୍ରପ୍ରlଇଜେସ ଏକ ଧୂଆଁପତ୍ର କାରଖାନା ରହିଅଛି ସେଠାରେ ଦୈନିକ ଧୂଆଁ ପତ୍ର ପାୱଡର ପ୍ରସ୍ତୁତି କରାଯାଉଥିବା ଯୋଗୁଁ ତାହାର ନିର୍ଗତ ହୋଇ ବାହାରୁ ଥିବା ଢ଼ୋଷ୍ଟ ଗୁଡିକୁ ବାୟୁ ମଣ୍ଡଳରେ ଘୁରି ଆସି ଜନସାଧରଣ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଏହି କାରଖାନା ମୁଖ୍ୟ ରାସ୍ତାକଡ଼ରେ ଥିବାରୁ ମଟର ସାଇକେଲରେ ଯିବାଆସିବା ପଥଚାରି ମାନଙ୍କ ଆଖି, ନାକରେ ପଶିବା ଆଖି ପୋଡିବା ଏହି ଭଳି ପଥଚାରି ମାନେ ପ୍ରଭାବିତ ହେଉଥିବା ସହ ଅଧିକାଂଶ ଲୋକଙ୍କୁ ଦୃଘଟଣାରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହଇଛି l ତେଣୁ ଏଥିପ୍ରତି ଉଚ୍ଚକାର୍ତ୍ୟୁପକ୍ଷ ଦୃଷ୍ଟି ଦେବା ନିମନ୍ତେ ସେହି ଅଞ୍ଚଳବାସି ଏବଂ ଦୈନିକ ଯିବା ଆସିବା ପଥଚାରିଙ୍କ ପକ୍ଷରୁ ଦାବି ହଇଛି l
















