ବ୍ରହ୍ମପୁର,୧୧/୧୧ (ଡି.ଏଚ/ଇ.ରଞ୍ଜନ ) : ଆଜି ବ୍ରହ୍ମପୁର ସକାଳ ୦୯ ଘଣ୍ଟା ସମୟରେ ନିଳାଦ୍ରୀ ବିହାର ଶକ୍ତି ପୀଠ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବ୍ରହ୍ମପୁର ତତ୍ତ୍ଵlବଧାନରେ ସଞ୍ଜିବନୀ ସାଧନା ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ପ୍ରଗ୍ୟାଁପୁରାଣ କଥା ବଚନ ଅବସରରେ ୧୦୦୮ କଳସ ଧାରି ମାନଙ୍କର ବିରାଟ କଳସ ଯାତ୍ରା ନିଳାଦ୍ରୀ ବିହାର ଶକ୍ତି ପୀଠ ଠାରୁ ବାହାରି ତୁଳସୀ ନଗର ଦେଇ ଅନ୍ନପୂର୍ଣ୍ଣା ବଜାର ଓ ଗିରିଜା ଛକ ଦେଇ ରାମଲିଙ୍ଗେଶ୍ଵର ପୋଖରୀରୁ ଦଳ ଧରି ହଜାର ଆଠ କଳସ ଧାରି ଙ୍କ ସହ ବାହାରି ତୁଳସୀ ନଗର ୭ମ ଲାଇନ୍ ସ୍ଥିତ ଯଜ୍ଞ ସ୍ଥଳରେ ପହଞ୍ଚି ଯୁଗ ସଙ୍ଗୀତ ର ପୁରାଣକଥା ବଚନମାଧ୍ୟମ ପ୍ରସାରିତ ହୋଇଥିଲା l ଏହା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସଂଧ୍ୟାରେ ପ୍ରବଚନ ହୋଇ ଆସନ୍ତା କାଲି ସକାଳେ ୦୯ ଘଣ୍ଟାରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟ ଅତିଥି ହରିଦ୍ଵାର ଠାରୁ ଆସିଥିବା ଶ୍ରୀ ସୁଧାରାମ ମାର୍କନ, ଶ୍ରୀ ଚୁନୁରାମ ସେନ ଶ୍ରୀ ଶଶିଦେବ ବାଧା ଯୋଗଦେଇଥିଲେ ଶକ୍ତି ପୀଠର ମୁଖ୍ୟ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଦାସ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଶ୍ରୀ ଆର୍ ମୁରଳି ମୋହନ, ପୂର୍ବତନ କର୍ପୋରେଟର ଶ୍ରୀ ଭିଷ୍ମାଚାର୍ଯ୍ୟ ଚୌଧୁରୀ,, ଜୟ କିଶୋର ପଣ୍ଡା,ପ୍ରତିମା ମିଶ୍ର, ନାଗେଶ୍ଵର ପାତ୍ର, ସିବରାମ ସ୍ବାଇଁ, ସବିତା ସାହୁକାର, ସୁଜାତା ପଟ୍ଟନାୟକ, ସୁରେଶ ତ୍ରିପାଠୀ, ସୁରେନ୍ଦ୍ର ନାଥ ଦାସ, ପ୍ରଫୁଲ୍ଲ ମିଶ୍ର, ରଘୁନାଥ ସାବତ, ସୁଶିଲଙ୍କ ସହ ବହୁ ଗାୟତ୍ରୀ ପରିବାର ଯୋଗଦେଇଥିଲେ ।

















