ପାରଳାଖେମୁଣ୍ଡି,୧୧/୧୧ (ଡି.ଏଚ/ପ୍ରଭାତ ପାତ୍ର ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରର ୩୦ତମ ବାର୍ଷିକ ଖେଳକୁଦ ନଭେମ୍ବର ୦୮ ଓ ୦୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି. ପରିଚାଳନା ସମିତିର ଉପାଧ୍ୟକ୍ଷ ଡକ୍ଟର ଶଙ୍କର ପ୍ରସାଦ ବକ୍ସିଙ୍କ ଅଧ୍ୟକ୍ଷତା ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀଙ୍କ ଦ୍ୱାରା ଖେଳକୁଦ ଉଦ୍ଘାଟିତ ହୋଇଥିଲା । ଏହା ପରେ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ସମସ୍ତ ଖେଳକୁଦ ଅନୁଷ୍ଠିତ ହୋଇଥିଲା । ଏଥିରେ ୧ମ ରୁ ୧୦ମ ପର୍ଯ୍ୟନ୍ତ ପ୍ରାୟ ୬୦୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର କ୍ରୀଡ଼ା ପ୍ରମୁଖ ଶ୍ରୀ ମୁରଲୀମୋହନ ପ୍ରଧାନଙ୍କ ଓ ପ୍ରଧାନ ଆଚାର୍ଯ୍ୟ ଶ୍ର୍ରୀ ସରୋଜ କୁମାର ପଣ୍ଡା ଓ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପରିଚାଳନା ରେ ଦ୍ୱିଦିବସୀୟ ଖେଳକୁଦ ଅନୁଷ୍ଠିତ ହୋଇ ୦୯ ତାରିଖ ସଂଧ୍ୟାରେ ସମାପିତ ହୋଇଥିଲା ।

















