ବ୍ରହ୍ମପୁର,୧୦/୧୧(ଡି.ଏଚ/ଇ.ରଞ୍ଜନ ) : ଆଜି ୧୦/୧୧ ଦିନ ଭାରତୀୟ ଜୀବନ ବୀମା ନିଗମ କର୍ମଚାରୀ ସଙ୍ଘ ବ୍ରହ୍ମପୁର ମଣ୍ଡଳର ତୃତୀୟ ବାର୍ଷିକ ସମ୍ମିଳନୀ ବ୍ରହ୍ମପୁର ସ୍ଥିତ (ବାବାଜୀତୋଟା ସାହି )ସ୍ଥିତ ହୋଟେଲ ଜେ.ବି .ପ୍ରାଗନାନ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ AITUCର ରାଜ୍ୟ ଉପ ସଭାପତି ଶ୍ରୀ ପ୍ରକାଶ ପାତ୍ର ଜିଲ୍ଲା ସମ୍ପାଦକ ଶ୍ରୀ ଆଲୋକନାଥ ମିଶ୍ର, ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶଙ୍କର ପ୍ରସାଦ ପରିଛା , ପ୍ରଥମ ଶ୍ରେଣୀ ଅଧିକାରୀ ସଙ୍ଘ ସମ୍ପାଦକ ଶ୍ରୀ ଅଜୟ ପଟନାୟକ ବିକାଶ ଅଧିକାରୀ ସଙ୍ଘ ସମ୍ପାଦକ ଶ୍ରୀ ପ୍ରଭାକର ନାହାକ ଅଭବାର୍ତ୍ତା ସଙ୍ଘ ସମ୍ପାଦକ ଶ୍ରୀ ମନ୍ମଥ ପାଢି ପ୍ରମୁଖ ଯୋଗ ଦେଇଥିଲେ । କର୍ମଚାରୀ ସଙ୍ଘ ସଭାପତି ଶ୍ରୀ ସନାତନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନ କରିଥିଲେ । ବରିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଗୁରୁଦାସ ଗୁପ୍ତାଙ୍କ ସ୍ମୁତିରେ ଦୁଇ ମିନଟ ନିରବ ପାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯଇଥିଲା । ସଙ୍ଘ ସାଧରଣ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏବଂ କୋଷାଧକ୍ଷ ଶ୍ରୀ ମୁଦୁଲି ବାର୍ଷିକ ଆକାଉଣ୍ଟ ବିବରଣୀ ପ୍ରଦାନ କରିଥିଲେ ।ଭାରତୀୟ ଜୀବନ ବୀମା ନିଗମ ନିଜର ସୁପରିଚାଳନ ଏବଂ ଦୁରଦୃଷ୍ଟି ଯଗୁଁ ଆଜି କିପରି ଏକ ଅଗ୍ରଣୀ ଆର୍ଥିକ ସଂସ୍ଥା ଭାବେ ଦେଶ ବିଦେଶରେ ନିଜର ପ୍ରଭୃତ୍ୱ ଜାହିର କରିପାରିଛି । ସେଥିରେ ବକ୍ତାମାନେ ଆଲୋକପାତ କରିଥିଲେ । ପ୍ରତ୍ୟେକ ପରିବାରର ପ୍ରତି ବ୍ୟକ୍ତିକୁ ଯେପରି ବୀମା ଭୁକ୍ତ କରାଯାଇ ଉତ୍ତମ ସେବା ଯୋଗାଇ ଦିଆଯାଇ ପାରିବ, ସେଥିରେ ଗୁରୁତ୍ତ୍ୱ ଆରୋପ କରାଯାଇଥିଲା ।ସମ୍ପ୍ରତି ସହାୟକ ପଦବୀ ପୁରାଣ ପାଇଁ ସଙ୍ଘର ଅବଦାନ ବିଷୟ ମଧ୍ୟ ଆଲୋଚନା ହୋଇଥିଲା । ତତ୍ ସହିତ ଭାରତୀୟ ଜୀବନ ବୀମା ନିଗମକୁ ଘରୋଇକରଣ ନ କରାଇବାପାଇଁ ସମସ୍ତେ ପଦକ୍ଷେପ ନେବାକୁ ସଭାରେ ଆଲୋଚନା ହୋଇଥିଲା ।ଏଥିରେ ସଙ୍ଘର ବରିଷ୍ଟ କର୍ମକର୍ତ୍ତା ଯଥା ଶ୍ରୀ ପ୍ରତାପ କୁମାର ମହାରଣା ଭଗବାନ ନାୟକ, ସୋମନାଥ ବନର୍ଜି ଆଦି ଉପସ୍ଥିତ ଥିଲେ । ଶ୍ରୀ ରଞ୍ଜନ କୁମାର ଚୌଧୁରୀ, ରବି କୁମାର ପଣ୍ଡା,ବିଦ୍ୟାଧର ପଣ୍ଡା, କୋମଳ ଲୋଚନ ଦାସ, ଆଦି ସଭା ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇ ସଭା ଶେଷ ହୋଇଥିଲା ଏବଂ ପ୍ରତାପ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
















