Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଛତୁଆ ସେଣ୍ଟରରୁ ଗହମ ଉଠାଇ ନେଲା ପ୍ରଶାସନ

ଛତୁଆ ସେଣ୍ଟରରୁ ଗହମ ଉଠାଇ ନେଲା ପ୍ରଶାସନ

450
ADVERTISEMENT

କୁକୁଡାଖଣ୍ଡି,୧୦/୧୧(ଡି.ଏଚ/ଇ.ରଞ୍ଜନ ) : ଆଜି ଜଗଦଳପୁର ସଂଗ୍ରାମ ଛତୁଆ ସେଣ୍ଟରରୁ ଗହମ ଉଠାଇ ନେଲା  ପ୍ରଶାସନ। କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନ,ହିଞିଳିକାଟୁ ସିଡିପିଓ ଶୁଭଶ୍ରୀ ପାତ୍ର, କୁକୁଡାଖଣ୍ଡି ସିଡିପିଓ ସଂଗୀତା ପାତ୍ର,ମିଶନ ଶକ୍ତି ବ୍ଲକ କଡ଼ିନେଟର ଭବାନୀ ବେହେରା ,ସ୍ଥାନୀୟ ସଦର ପୋଲିସ ସହାୟତାରେ ଗହମ ଷ୍ଟକ ଯାଞ୍ଚ କରି, ୪୮ବସ୍ତାରେ ଥିବା  ୨୪ କୁଇଣ୍ଟାଲ ୩କେଜି ଗହମକୁ   ନିଆଯାଇଥିଲା । ସେଠାରୁ  ନୂତନ ଭାବେ  ହିଞିଳିକାଟୁର ରାଧାକୃଷ୍ନ ସ୍ବୟଂସହାୟକ ଗୋଷ୍ଟୀକୁ  ଗହମ ପ୍ରଦାନ କରାଯାଇଥିଲା । ଛତୁଆ ନିନ୍ମମାନର ବୋଲି ଗଣମାଧ୍ୟମରେ ଖବର  ପ୍ରସାରିତ ହଇଆସୁଥିବା କୁ ନେଇ ଜିଲ୍ଲାପାଳ ‘ସଂଗ୍ରାମ ଏସଏଜି’ର କାର୍ଯ୍ୟଶୈଳୀକୁ ସନ୍ଧେହ କରି  ଲାଇସେନ୍ସ ରଦ୍ଧ କରିଥିଲେ । ଏବଂ ଏହି  ସ୍ଥାନରେ ହିଞିଳିକାଟୁର ଉକ୍ତ ଏସଏଜିକୁ ଜିଲ୍ଲାପାଳଙ୍କ  ନିର୍ଦେଶ ଅନୁଯାୟୀ  କୁକୁଡାଖଣ୍ଡିର କିଛି ଅଗଂନଓ୍ବାଡି କେନ୍ଦ୍ରକୁ ଛତୁଆ ଯୋଗାଇବା ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି। କୁକୁଡାଖଣ୍ଡି ବ୍ଲକରେ ୨୦୧୭ ମସିହାରେ ତଥକାଳିନ ସିଡିପିଓ ବିଦୁପ୍ରଭା ରଥ ବ୍ଲକରେ ୯୪୫ଟି ବିଗତ ଦିନରେ ଏସଏଜି ଗଠନ କରିଥିଲେ। ପୂର୍ବରୁ ଏହା କୁ ବ୍ଲକରେ ୭ଟି ଏସଏଜି ଜରିଆରେ ଛତୁଆ ପ୍ରଦାନ କରାଯାଉଥିଲା। କିନ୍ତୁ ଜିଲ୍ଲାପାଳ ଏଥିମଧ୍ୟରୁ କାହାରିକୁ  ନଦେଇ ହିଞିଳିକାଟୁର ଗୋଟିଏ ଏସଏଜିକୁ ଦାୟିତ୍ବ ଦେବା କୁ ନିନ୍ଦା କରିଛନ୍ତି କିଛି ଏସଏଜି ଗ୍ରୁପ । ନିଜ ପ୍ରତିକ୍ରିୟାରେ କୁକୁଡାଖଣ୍ଡି ବ୍ଲକର କାହାରି କୁ ମଧ୍ୟ ଗୋଟିଏ ଏସଏଜିକୁ ଜିଲ୍ଲାପାଳ ଦାୟିତ୍ବ ଦିଅନ୍ତୁ ନଚେତ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି କିଛି ଏସଏଜି ମତବ୍ୟକ୍ତ କରିଛନ୍ତି।

Advertisement