ବ୍ରହ୍ମପୁର,୧୦/୧୧(ଡି.ଏଚ/ସଞ୍ଜୟ ବିଶ୍ୱାଳ ) : ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଭିନ୍ନ ନେତା, କୁଜି ନେତା,ରାଜନେତା, ମାନଙ୍କର ଦୁର୍ବ୍ୟବହାର ପ୍ରଶାସନିକ ଦପ୍ତରରେ ମଧ୍ୟ ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ମାଡ଼ ଓ ଅପମାନ ଭଳି ଦୁର୍ଭାଗ୍ୟ ଜଣକ ଘଟଣା ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ, ଅବସର ପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ପେନଶନ ପ୍ରଦାନ, ମଜୁରୀ ବୋର୍ଡ କର୍ମଚାରୀଙ୍କୁ ମାସିକ ଦରମା, ଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଭାରତୀୟ ବିକାଶ ପରିଷଦ ତରଫରୁ ସ୍ଥାନୀୟ ବିଜିପୁର ସନ୍ତୋଷୀ ମାଁ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ଆଇନଜୀବୀ, ସାମାଜିକ କର୍ମୀ ଓ ସାମ୍ବାଦିକ ମାନେ ନିକଟରେ ଘଟିଯାଇଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା OTVସାମ୍ବାଦିକଙ୍କୁ ଯେଉଁଭଳି ଚଳଚିତ୍ର ଢଙ୍ଗିରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ତାହା ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ସେମାନେ ପ୍ରକାଶ କରିଥିଲେ । ଏହି ଘଟଣାରେ ସାରା ରାଜ୍ୟର ସାମ୍ବାଦିକମାନଙ୍କର ଦାବି ସତ୍ୱେ ବର୍ତ୍ତମାନ ସୁଦ୍ଧା ଶ୍ରୀ ମହାନ୍ତିଙ୍କୁ ଗିରଫ ନ କରି କେବଳ ନାମକୁ ମାତ୍ର ମାମଲା ରୁଜୁ କରିବା ସମସ୍ତଙ୍କୁ ଚକିତ କରିଥିଲା । କାର୍ଯ୍ୟରତ ଡାକ୍ତରଙ୍କ ମାନଙ୍କ ସୁରକ୍ଷା ପାଇଁ ଆଇନ ଆସିଲା । କିନ୍ତୁ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ,ପରିବାରକୁ ଦେଇ ଜଳାଞ୍ଜଳି ଦେଇ, ବନ୍ୟା, ଘର ପୋଡି ଦୁର୍ଘଟଣା ,ବାତ୍ୟା , ସୁପର ସାଇକୋଲୋନ ଫନି,ହୁଡହୁଡ଼, ବୁଲବୁଲ ,ଭଳି ଭୟଙ୍କର ପରିସ୍ଥିତର ସାମ୍ନା କରୁଛନ୍ତି ସେମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ଆଇନ ବ୍ୟବସ୍ଥା କଲେନାହିଁ । ବରଂ ସାଂସଦଙ୍କ ମାଧ୍ୟମରେ ଓଲଟି ଦୁର୍ବ୍ୟବହାର କଲେ ସାମ୍ବାଦିକଙ୍କୁ । ଯାହା ସାଧରଣରେ ବି ତୀବ୍ର ନିନ୍ଦନୀୟ ।
ଆନ୍ଦ୍ରପ୍ରଦେଶରେ ରାଜ୍ୟ ସରକାର ପନ୍ଦର ହଜାର ସାମ୍ବାଦିକଙ୍କୁ ଆକରିଡ଼ଟେଡ଼ ଘୋଷଣା କରିଥିବା ବେଳେ ଓଡ଼ିଶାରେ ମାତ୍ର 157 ଜଣ ସାମ୍ବାଦିକଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି । ତେଣୁ ଆନ୍ଦ୍ର ଭଳି ଓଡ଼ିଶାରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବାସଗୃହ ଯୋଗାଇଦେବା, ସ୍ଵାସ୍ଥ୍ୟ ବୀମା ରାଶି ଦୁଇ ଲକ୍ଷରୁ 10ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, 20 ବର୍ଷ ସାମ୍ବାଦିକତା କରି ଅବସର ନେଇଥିବା ଓ 60ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକ ମାନଙ୍କୁ ମାସିକ ଦଶ ହଜାର ଟଙ୍କା ପେନସନ ପ୍ରଦାନ କରିବା ସହିତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆନ୍ଦ୍ର ଭଳି ଆକରିଡେ଼ଟେଡ଼ ଯୋଗାଇଦେବା ସହ ଏଗାର ଦଫା ସମ୍ବଳିତ ଦାବି ପତ୍ର ଉକ୍ତ ସମ୍ମିଳନୀରେ ଉପସ୍ଥାପନ କରାଯଇଥିଲା । ଉକ୍ତ ଦାବି ଗୁଡିକୁ ଯଦି ଦୁଇ ମାସ ମଧ୍ୟରେ ରାଜ୍ୟ ସରକାର ପୁରଣ ନ କରନ୍ତି ତେବେ ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ମାନଙ୍କ ପରିବାର ସହିତ ଭାରତୀୟ ବିକାଶ ପରିଷଦର ସମସ୍ତ ସଦସ୍ୟ ବୃନ୍ଦ ରାଜରାସ୍ତାକୁ ଓଲ୍ଲାଇବେ । ଏଥି ସହ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଏ ସମ୍ପର୍କିତ ମାମଲା ରୁଜୁ କରିବା ପାଇଁ ବାଧ୍ୟ ହେବେ ବୋଲି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ରାଜେନ୍ଦ୍ର ପଣ୍ଡା, ସରିତା ପାତ୍ର କିଶୋର ଚନ୍ଦ୍ର ପାତ୍ର ଏବଂ ରାଜେନ୍ଦ୍ର ଦଳ ବେହେରା ପ୍ରକାଶ କରିଛନ୍ତି ।
















