Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ମହାନଗର ପୁସ୍ତକ ମେଳା ଦ୍ଵିତୀୟ ସନ୍ଧ୍ୟା : ବହି ହିଁ ଜୀବନର ସବୁଦିନର...

ମହାନଗର ପୁସ୍ତକ ମେଳା ଦ୍ଵିତୀୟ ସନ୍ଧ୍ୟା : ବହି ହିଁ ଜୀବନର ସବୁଦିନର ସାଥି : ଚ୍ୟାଉ ପଟନାୟକ

322
ADVERTISEMENT

ବ୍ରହ୍ମପୁର,୧୦/୧୧(ଡି.ଏଚ/ଇ.ରଞ୍ଜନ ) : ମହାନଗର ପୁସ୍ତକ ମେଳାର ତୃତୀୟ ସଂଧ୍ୟରେ ଜନଗହଳି ପରିଲକ୍ଷିତ ହୋଇଥିଲା । ପାଗ ଅନୁକୂଳ ହୋଇଥିବା ଯାଗୁଁ ପୁସ୍ତକ ମେଳା ଭରପୁର ଲାଗୁଥିବା ବେଳେ ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆଇନଜୀବୀ ଲଳିତ ମଙ୍ଗରାଜ ପ୍ରଦୀପ ପ୍ରଜ୍ୱଳନ କରଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଯୋଗଦାନ କରି ପୁସ୍ତକ ମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରି ବହି ହିଁ ଜୀବନର ସବୁ ଦିନର ସାଥି ବୋଲି ବ୍ୟକ୍ତବ୍ୟ ରଖିଥିଲେ । ବ୍ୟବସାୟୀ ଶିବରାମ ସାହୁ ଶ୍ରୀ ଶ୍ରୀନିବାସ ପୃଷ୍ଟି ଅତିଥି ଭାବେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହ ଆଦର୍ଶ ବିଦ୍ୟାଳୟର ଅଧକ୍ଷ ରବୀନ୍ଦ୍ର କୁମାର ପାଣିଗ୍ରାହୀ ଓ କବି ମିହିର କୁମାର ତ୍ରିପାଠୀ ବକ୍ତା ଭାବରେ ଯୋଗ ଦେଇ ପୁସ୍ତକ ମେଳା ସମାଜର ସଂସ୍କାରକ ଭାବେ କାର୍ଯ୍ୟ କରିଥାଏ ବୋଲି ଦର୍ଶାଇଥିଲେ । କବି ସୁଶାନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପଦକ ଅଜିତ କୁମାର ସାବତ ଅଧ୍ୟକ୍ଷତା କରିଥିଲେ । ଆଜି ସନ୍ଧ୍ୟାରେ ଗୁରୁ କେଳୁ ଚରଣ କାଳାତୀର୍ଥ ବ୍ରହ୍ମପୁର ତରଫରୁ ଗୁରୁ ସ୍ବର୍ଣ୍ଣ ପ୍ରଭା ପାଢ଼ୀଙ୍କ ଦିଗଦର୍ଶନର ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କପିଳ ଚନ୍ଦ୍ର ମହାନ୍ତି, ସତ୍ୟମ ଆଚାରି, ନିହାର ରଞ୍ଜନ ଦାସ, ଦୀପ୍ତି ମିତା ମହାପାତ୍ର, ସପ୍ତମୀତା ଦାସ, ସୁଧାଂଜଳି ମିଶ୍ର, ବିକାଶରଞ୍ଜନ ପାତ୍ର, ପ୍ରମୁଖ ପରିଚାଳନା କରିଥିଲେ । ବାଲ୍ମୀକି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ମହାନଗର ପୁସ୍ତକ ମେଳା ଆସନ୍ତା 17 ତାରିଖ ଯାଏଁ ଚାଲୁ ରହିବ ବୋଲି ଜଣାଇଥିଲେ ।

Advertisement