ବ୍ରହ୍ମପୁର,୯।୧୧(ଡି.ଏଚ/ଇ.ରଞ୍ଜନ): ବ୍ରହ୍ମପୁର କଂଗ୍ରେସ ଦଳ କିପରି ସୁଦୃଢ ହେବ ତାହା ନେଇ ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ଦଳ ମଜବୁଥ ନିମନ୍ତେ ଜିଲ୍ଲା ନୂତନ ସଭାପତି ଚୟନ କରିବା ପାଇଁ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀ ପତି ବ୍ରହ୍ମପୁର ଗସ୍ତରେ ଆସିଛନ୍ତି l ବାହିନୀ ପତି ରେଳ ଷ୍ଟେସନ ସ୍ଥିତ ସରକାରୀ ସରକିଟ ବଙ୍ଗଳା ଠାରେ କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ପୁରୁଖାନେତାଙ୍କୁ ନେଇ ସ୍ୱତନ୍ତ୍ର ଗୁରୁମନ୍ତ୍ର ଦେଇଥିଲେ । ସେଠାରୁ ଶହ ଶହ କର୍ମୀଙ୍କ ଏକ ବିରାଟ ମଟର ସାଇକଲ ରାଲିରେ ବିଜିପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ରାଜ୍ୟ ଶାସକ ବିଜେଡି ଓ କେନ୍ଦ୍ର ଶାସକ ବିଜେପି ସରକାରଙ୍କୁ କଡା ସମାଆଲୋଚନା କରି ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାକୁ ନେଇ ନିନ୍ଦିତ କରିଥିଲେ l ଏହା ସାଙ୍ଗକୁ ବିଜେଡି ଓ ବିଜେପି ଏକ ହୋଇ ଓଡିଶାର ଶିକ୍ଷିତ ଯୁବ ସମାଜକୁ ଠକିବା ସହ ନିଯୁକ୍ତି ନିମନ୍ତେ ଯୁବକ ମାନେ ଦେଶ ବିଦେଶକୁ ଯାଇ ମୁର୍ତ୍ୟୁ ସହ ଲୋଡୁଥିବାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି l ଏଥିବ୍ୟତୀତ ଆଗାମୀ ଦିନରେ ଗଞ୍ଜାମରେ କଂଗ୍ରେସର ଶାଖା ବିସ୍ତାର କରିବା ନିମନ୍ତେ ନୂତନ ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଜିଲ୍ଲା ସଭାପତି ଭାବେ ମନୋନିତ କରିଛନ୍ତି l ଏଥିରେ କଂଗ୍ରେସର ପୁରୁଖା ନେତାଙ୍କ ସହ ବହୁ ଯୁବ କର୍ମୀ ଉପସ୍ଥିତ ଥିଲେ l

















